Advertisement
Categories: ଖେଳ

ଆଇପିଏଲ ନିଲାମକୁ କେବେ, କେଉଁଠାରେ ଦେଖିପାରିବେ ଲାଇଭ୍‌, ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଅର୍ଥାତ୍‌ ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ବିଦେଶୀ ମାଟିରେ ଆଇପିଏଲ ନିଲାମର ଆୟୋଜନ କରାଯାଉଛି। ଏହି ନିଲାମରେ ସମୁଦାୟ ୩୩୩ ଖେଳାଳି ରହିବେ। ଆଇପିଏଲ ନିଲାମରେ ଅନେକ ବଡ ନାମ ଉପରେ ନଜର ରହିବ, କିନ୍ତୁ ତାରକା ରାଚିନ ରବିନ୍ଦ୍ର ଏବଂ ଆଜମତୁଲ୍ଲା ଉମ୍ରଜାଇଙ୍କ ଉପରେ ଟଙ୍କା ବର୍ଷା ହୋଇପାରେ। ଏହି ଖେଳାଳ ନିକଟରେ ବିଶ୍ୱକପ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ ପ୍ରଦର୍ଶନ କରିଥିଲେ ।

ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କରେ ଭାରତୀୟ ପ୍ରଶଂସକମାନେ ଆଇପିଏଲ ନିଲାମର ଲାଇଭ ପ୍ରସାରଣ ଦେଖିପାରିବେ। ଏଥିସହ ଜିଓ ସିନେମା ଆପରେ ନିଲାମର ଲାଇଭ ଷ୍ଟ୍ରିମିଂ ମଧ୍ୟ ଦେଖିପାରିବେ। ହେଲେ ଡିସ୍ନି ପ୍ଲସ ହଟଷ୍ଟାରରେ ଆଇପିଏଲ ନିଲାମର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ ନାହିଁ । ଭାରତୀୟ ସମୟ ଅପରାହ୍ନ ୧ଟାରୁ ନିଲାମ ଆରମ୍ଭ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel