Categories: ଖେଳ

ଏହି ୧୨ ଖେଳାଳିଙ୍କ ଉପରେ ହେଲା ଟଙ୍କା ବର୍ଷା: ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଛି। ଏହି ନିଲାମରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ପ୍ରଥମ ନିଲାମ ୱେଷ୍ଟଇଣ୍ଡିଜ ଖେଳାଳି ରୋଭମାନ ପାୱେଲଙ୍କ ଉପରେ ଲାଗିଛି। ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକ, ଅଷ୍ଟ୍ରେଲିୟ ବ୍ୟାଟର ଟ୍ରାଭିସ ହେଡ୍‌ ଏବଂ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ଉପରେ ଟଙ୍କା ବର୍ଷିଛି। ପ୍ୟାଟ୍‌ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ଏହା ସହିତ ଆଇପିଏଲ୍‌ ଇତିହାସରେ ପ୍ୟାଟ କମିନ୍ସ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ତେବେ କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କେଉଁ ଦଳ କିଣିଛି ତାହା ଏଠରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ…

୧. ରୋଭମାନ ପାୱେଲ(ୱେଷ୍ଟଇଣ୍ଡିଜ)- ୭.୪୦ କୋଟିରେ ରାଜସ୍ଥାନ ରୟାଲ୍ସ କିଣିଛି
୨. ହ୍ୟାରି ବ୍ରୁକ(ଇଂଲଣ୍ଡ)- ୪ କୋଟିରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି
୩. ଟ୍ରାଭିସ ହେଡ୍‌(ଅଷ୍ଟ୍ରେଲିଆ)- ୬.୮୦ କୋଟିରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ
୪. ଓ୍ବାନିନ୍ଦୁ ହାସାରଙ୍ଗା(ଶ୍ରୀଲଙ୍କା)- ୧.୫୦ କୋଟିରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ
୫. ରଚିନ ରବିନ୍ଦ୍ର(ନ୍ୟୁଜିଲାଣ୍ଡ)- ୧.୮୦ କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ
୬. ଶାର୍ଦ୍ଦୁଲ ଠାକୁର(ଭାରତ)- ୪ କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ
୭. ଅଜମତୁଲ୍ଲାହ ଉମରଜଇ(ଆଫଗାନିସ୍ତାନ)- ୫୦ ଲକ୍ଷରେ କିଣିଛି ଗୁଜରାଟ ଟାଇଟନ୍ସ
୮. ପ୍ୟାଟ୍‌ କମିନ୍ସ(ଅଷ୍ଟ୍ରେଲିଆ)- ୨୦.୫୦ କୋଟିରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ
୯. ଗେରାଲ୍ଡ କୋଏଟଜି(ଦକ୍ଷିଣ ଆଫ୍ରିକା)- ୫ କୋଟିରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ
୧୦. ହର୍ଷଲ ପଟେଲ(ଭାରତ)- ୧୧. ୭୫ କୋଟିରେ କିଣିଛି ପଞ୍ଜାବ କିଙ୍ଗ୍ସ
୧୧. ଡେରିଲ ମିଚେଲ(ନ୍ୟୁଜିଲାଣ୍ଡ)- ୧୪ କୋଟିରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ
୧୨. କ୍ରିସ୍‌ ଓ୍ବକ୍ସ(ଇଂଲଣ୍ଡ)- ୪.୨୦ କୋଟିରେ କିଣିଛି ପଞ୍ଜାବ କିଙ୍ଗ୍ସ

Share