Categories: ଖେଳ

ଫେବୃୟାରୀ ୧୮ରେ ହୋଇପାରେ ଆଇପିଏଲ ଅକ୍‌ଶନ

ନୂଆଦିଲ୍ଲୀ,୨୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୨୦୨୧ ସଂସ୍କରଣ ପୂର୍ବରୁ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା (ଅକ୍‌ଶନ) ଆସନ୍ତା ଫେବୃୟାରୀ ୧୮ ତାରିଖରେ ହୋଇପାରେ। ଏ ନେଇ ଜଣେ ବିସିସିଆଇ କର୍ମକର୍ତ୍ତା ଶୁକ୍ରବାର ସୂଚନା ଦେଇଛନ୍ତି। ହେଲେ ଏହି ମିନି ଅକ୍‌ଶନ ପାଇଁ ଭେନ୍ୟୁ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ଆଇପିଏଲ ଚଳିତ ବର୍ଷ ଭାରତରେ ହେବ କି ନାହିଁ, ସେ ସମ୍ପର୍କରେ ମଧ୍ୟ କିଛି ନିଷ୍ପତ୍ତି ନେଇନାହିଁ ବିସିସିଆଇ।

କୋଭିଡ୍‌-୧୯ ଯୋଗୁ ୨୦୨୦ ସଂସ୍କରଣ ୟୁଏଇଠାରେ ସେପ୍ଟେମ୍ବର-ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ମାସରେ ଦେଶରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜ୍‌ର ସଫଳ ଆୟୋଜନ ପରେ ହିଁ ବିଶ୍ୱର ସବୁଠୁ ଲୋକପ୍ରିୟ ତଥା ବିତ୍ତଶାଳୀ କ୍ରିକେଟ ଲିଗର ଭାଗ୍ୟ ନିର୍ଦ୍ଧାରଣ ହୋଇପାରିବ।