Categories: ଖେଳ

ଆଇପିଏଲ ନିଲାମ ଇସ୍ତାନବୁଲରେ ହେବା ସମ୍ଭାବନା, ପସନ୍ଦ ତାଲିକାରେ ୨ ସହର…

ନୂଆଦିଲ୍ଲୀ,୨୬।୧୦ : ଆଇପିଏଲର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଚଳିତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଲାମର ସ୍ଥାନ ଏବଂ ତାରିଖ ବିଷୟରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଥର ନିଲାମ ଦେଶ ବାହାରେ ଆୟୋଜିତ ହୋଇପାରେ। ଏଥିପାଇଁ ତୁର୍କୀର ଇସ୍ତାନବୁଲ ସହର ଶର୍ଟଲିଷ୍ଟ କରାଯାଇଛି। ଏହା ସହିତ ବେଙ୍ଗାଲୁରୁର ନାମ ଉପରେ ମଧ୍ୟ ଆଲୋଚନା ହେଉଛି।

ନିଲାମ ପାଇଁ ଇସ୍ତାନବୁଲ ହେଉଛି ବୋର୍ଡର ପ୍ରଥମ ପସନ୍ଦ । ଯଦି ସେଠାରେ ନିଲାମ ନ ହୋଇପାରେ, ତେବେ ବେଙ୍ଗାଲୁରୁ ଏହାର ହୋଷ୍ଟ ପାଇପାରେ। ନଭେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିବା ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ଆଇପିଏଲର ନୂତନ ଅଧ୍ୟକ୍ଷ ଅରୁଣ ଧୁମଲ ଏହି ଟୁର୍ନାମେଣ୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପରେ ନଜର ରଖିଛନ୍ତି। ଡିସେମ୍ବର ୧୬ରେ ଏକ ମିନି ନିଲାମର ଆୟୋଜନ କରାଯାଇପାରିବ ବୋଲି କୁହାଯାଉଛି।

ନଭେମ୍ବର ୧୫ ସୁଦ୍ଧା ରଖାଯାଇଥିବା ଖେଳାଳିଙ୍କ ତାଲିକା ଦାଖଲ କରିବାକୁ ଆଇପିଏଲ ଫ୍ରାଞ୍ଚାଇଜ ମାନଙ୍କୁ କହିଛି। ଗତଥର ପରି ଏହା ଏକ ବଡ ନିଲାମ ହେବ ନାହିଁ। ସମ୍ଭାବ୍ୟ ତାରିଖ ସମ୍ପର୍କରେ ବୋର୍ଡ ସମସ୍ତ ଫ୍ରାଞ୍ଚାଇଜ ସହିତ କଥା ହୋଇଛି।

Share