Categories: ଖେଳ

ଷ୍ଟୋକ୍ସଙ୍କୁ ଚେନ୍ନାଇ, କାମେରନ୍‌ଙ୍କୁ ମୁମ୍ବାଇ, ନିକୋଲାସଙ୍କୁ କିଣିଲା ଲକ୍ଷ୍ନୌ

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ତମ ସିଜନ୍‌ ଲାଗି ନିଲାମି ପ୍ରକ୍ରିୟା ଶୁକ୍ରବାର ଜାରି ରହିଛି। ବିଦେଶୀ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କ ନଜର ଥିବା ଯୋଗୁ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ବେନ ଷ୍ଟୋକ୍ସଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧୬.୨୫ କୋଟି ଟଙ୍କାରେ କିଣିଛି। ସେହିଭଳି ସାମ୍‌ କୁରାନ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇ ଟୁର୍ନାମେଣ୍ଟ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। କାମେରନ୍‌ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କା ଦେଇ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବା ବେଳେ ନିକୋଲାସ ପୁରନ୍‌ଙ୍କୁ ୧୬.୨୫ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜିଆଣ୍ସ ଦଳରେ ସାମିଲ କରିଛି। ତେବେ ଗତ ସିଜନରେ ନିକୋଲାସ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ର ଅଂଶ ଥିଲେ।

Share