Categories: ଖେଳ

ବିଶ୍ୱର ଦ୍ୱିତୀୟ ବୃହତ ଖେଳ ପାଲଟିଲା ଆଇପିଏଲ୍‌

ନୂଆଦିଲ୍ଲୀ,୧୧।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଏଣ୍ଟରପ୍ରାଇଜ୍‌ ମୂଲ୍ୟ ପ୍ରାୟ ୧.୩ ଲକ୍ଷ କୋଟି ହୋଇଛି। ଏଥିସହ ବ୍ରାଣ୍ଡ ମୂଲ୍ୟ ୨୬,୬୦୦ କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ଆଇପିଏଲ୍‌ ଆମେରିକାର ଜାତୀୟ ଫୁଟବଲ୍‌ ଲିଗ୍‌(ଏନ୍‌ଏଫ୍‌ଏଲ୍‌) ପରେ ବିଶ୍ୱର ଦ୍ୱିତୀୟ ନଂ ଖେଳ ପାଲଟିଛି।
ଆଇପିଏଲ୍‌ର ଟିମ୍‌ ଚେନ୍ନାଇ ସୁପରକିଙ୍ଗ୍ସର ବ୍ରାଣ୍ଡ ମୂଲ୍ୟ ପ୍ରାୟ ୧୭୬୦ କୋଟି ଟଙ୍କା(୨୧୨ ମିଲିୟନ ଡଲାର), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର୧୯୫ ମିଲିୟନ ଡଲାର, ମୁମ୍ବାଇ ଇଣ୍ଡିଆନ୍ସର ୧୯୦ ମିଲିୟନ ଡଲାର ଏବଂ କୋଲକାତା ନାଇଟ ରାଇଡର୍ସର ୧୮୧ ମିଲିୟନ ଡଲାରରେ ପହଞ୍ଚିଛି।
Share