ବ୍ରହ୍ମପୁରରେ ଆଇପିଏଲ୍‌ ବେଟିଂ ର଼୍ୟାକେଟ୍‌ ଠାବ

ବ୍ରହ୍ମପୁର ଅଫିସ,୩୧ା୧୦: ବ୍ରହ୍ମପୁର ସହରରେ ଦୀର୍ଘଦିନ ଧରି ଚାଲିଥିବା ଏକ ବଡ଼ ଧରଣର ଆଇପିଏଲ୍‌ ବେଟିଂ କାରବାର ପୋଲିସ ଠାବ କରିଛି। ପୋଲିସ ଏହି ର଼୍ୟାକେଟ୍‌ ଚଳାଉଥିବା ଦୁଇଜଣ ମୁଖ୍ୟଙ୍କୁ ଶୁକ୍ରବାର ଗିରଫ କରିବା ସହ ଅନ୍‌ଲାଇନ୍‌ କ୍ରିକେଟ ବେଟିଂର ପର୍ଦ୍ଦାଫାଶ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ଗଣେଶନଗର ତୃତୀୟ ଲାଇନର ଆର୍‌. ଲାଲି ଆଚାରୀ (୫୦) ଓ ଗାନ୍ଧୀନଗର ସାଇ କମ୍ପ୍ଲେକ୍ସର କେ.ପ୍ରଶାନ୍ତ କୁମାର ସୁବୁଦ୍ଧି (୪୩)। ଏ ନେଇ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା, ୪ ମୋବାଇଲ୍‌ ଫୋନ୍‌ ଏବଂ ୩ ଏଟିଏମ୍‌ କାର୍ଡ ଜବତ ହୋଇଛି। ଏହି ର଼୍ୟାକେଟର ଆହୁରି କେତେଜଣ ସଦସ୍ୟ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଆଇପିଏଲ୍‌ ହେବା ଦିନଠାରୁ ଅନ୍‌ଲାଇନ୍‌ ବେଟିଂ ଆରମ୍ଭ ହୋଇଯାଇଥିଲା। ବ୍ରହ୍ମପୁର ପୋଲିସ ଏହି ର଼୍ୟାକେଟ୍‌ ଉପରେ ପ୍ରଥମରୁ ହିଁ ନଜର ରଖିଥିଲା। ଗୋଷାଣୀନୂଆଗଁା ଥାନା ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଏହି କାରବାର ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। କିନ୍ତୁ ଅନ୍‌ଲାଇନ୍‌ରେ ଏହି କାରବାର ହେଉଥିବାରୁ ପୋଲିସକୁ ତଦନ୍ତରେ ସମୟ ଲାଗିଥିଲା। ବ୍ରହ୍ମପୁରରୁ ଲାଲି ଓ ପ୍ରଶାନ୍ତ ବେଟିଂ କାରବାର ଅପରେଟ୍‌ କରି ଜିଲା ସହିତ ବିଭିନ୍ନ ଅଞ୍ଚଳରେ ତାଙ୍କର ଏଜେଣ୍ଟ ରଖିଥିଲେ। ସେହି ଏଜେଣ୍ଟଙ୍କ ମାଧ୍ୟମରେ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ୱେବ୍‌ସାଇଟ୍‌ରେ କ୍ରିକେଟ୍‌ ମ୍ୟାଚରେ ଟଙ୍କା ଲଗାଉଥିଲେ। ଏମିତିକି ହାର୍‌ ଜିତ ସହିତ ପ୍ରତ୍ୟେକ ବଲରେ ମଧ୍ୟ ଟଙ୍କା ଲାଗୁଥିଲା ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଦୀର୍ଘଦିନ ହେଲା ଏହି ଦୁଇଜଣ ମୁଖିଆ ଏଭଳି କାରବାର ଜାରି ରଖିଥିଲେ। କୋଲକାତା, ମୁମ୍ବାଇ, ଦିଲ୍ଲୀ ଏବଂ ଦୁବାଇ ପର୍ଯ୍ୟନ୍ତ ଏମାନଙ୍କର ଲିଙ୍କ୍‌ ରହିଥିବା ନେଇ ଡିଆଇଜି ଭୋଇ ସୂଚନା ଦେଇଛନ୍ତି। ତେବେ ଏମାନଙ୍କ ଲିଙ୍କରେ ଆଉ କେଉଁ କେଉଁମାନେ ରହିଛନ୍ତି ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୋଲିସ କହିଛି। ଏ ସଂକ୍ରାନ୍ତରେ ଗୋଷାଣୀନୂଆଗଁା ଥାନାରେ ନମ୍ବର ୧୪୧/୨୦ରେ ଏକ ମାମଲା ରୁଜୁକରି ଉଭୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ୱରେ ଏଏସ୍‌ପି ପ୍ରଭାତ ରାଉତରାୟ, ଗୋଷାଣୀନୂଆଗଁା ଥାନା ଅଧିକାରୀ ସୁମିତ କୁମାର ସୋରେନ୍‌, ଟାଉନ୍‌ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ରାକେଟକୁ ଠାବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

କଟକ,୨୪।୯: କଟକ ଜିଲା ବମ୍ଫକୁଦ ଗାଁ ନିକଟ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ବମ୍ପକୁଦ ଗାଁର...

ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍‌: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍‌ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମହାନଦୀ ଜଳପଥରେ ବାଲିପଠା

ମହାକାଳପଡ଼ା, ୨୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ ପ୍ରଭାବ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟମିତତା ଯୋଗୁ ନଦୀ ଜଳ ସ୍ରୋତର ଉତ୍ସ ହ୍ରାସ ପାଇବା...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିଲେ କରିପାରିବେ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୨୪।୯: ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ବାଟାଲିୟନ ଅଧୀନରେ Sepoys/Constable ନିଯୁକ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri