ପୁଣି ଆଇପିଏଲ୍‌ରେ କରୋନା ଏଣ୍ଟ୍ରି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ରେ ଦ୍ୱିତୀୟ ଥର ପାଇଁ କରୋନା ଚିହ୍ନଟ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ନେଟ୍‌ ବୋଲର୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ଦିଲ୍ଲୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା ୭.୩୦ରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରେ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା, କିନ୍ତୁ ଟୁର୍ନାମେଣ୍ଟରେ ଏହାର କୌଣସି ପ୍ରଭାବ ପଡି ନ ଥିଲା। ଦିଲ୍ଲୀର କ୍ୟାମ୍ପରେ କରୋନା ମାମଲା ସାମ୍ନାକୁ ଆସିବା ପରେ ପୁରା ଦଳ ଏବେ ଆଇସୋଲେସନରେ ଅଛନ୍ତି।
ଆଇପିଏଲ ୨୦୨୨ରେ ଏହା ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଦଳ ଆଇସୋଲେସନରେ ଅଛି। ଏହାପୂର୍ବରୁ ଦଳର ଫିଜିଓ ପାଟ୍ରିକ ଫରହାର୍ଟ, ଅଲରାଉଣ୍ଡର ମିଚେଲ ମାର୍ଶ, କିପର-ବ୍ୟାଟ୍ସମ୍ୟାନ ଟିମ ସେଫର୍ଟ ଏବଂ ତିନିଜଣ ସପୋର୍ଟ ଷ୍ଟାଫଙ୍କ ସହ ଦଳର ୬ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ।

Share