Posted inଖେଳ

ରାଗିଲେ ପଞ୍ଜାବ ମାଲିକାଣୀ

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ୍‌ମ୍ୟାଚରେ ଶସ୍ତା ଅମ୍ପାୟାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ କିଙ୍ଗସ ଏକାଦଶ ପଞ୍ଜାବର ମାଲିକାଣୀ ପ୍ରୀତି ଜିଣ୍ଟା ଅମ୍ପାୟାରଙ୍କ ଉପରେ ମଧ୍ୟ କ୍ରୋଧ ଜାହିର କରିଛନ୍ତି। ସେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇ ବିସିସିଆଇକୁ ଘେରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ ସୁପର ଓଭରରେ ବିଜୟ ଲାଭ କରଥିଲା। କିନ୍ତୁ ଏହାପୂର୍ବରୁ ଅମ୍ପାୟାର ଶର୍ଟ ରନ କହି ପଞ୍ଜାବ ଦଳକୁ ୧୯ଓଭରରେ ୧ ରନ ଦେବାକୁ ମନା କରିଦେଇଥିଲେ। ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରି ପ୍ରୀତି ଜିଣ୍ଟା ଲେଖିଛନ୍ତି, ମୁଁ କରୋନା ମହାମାରୀ ସମୟରେ ମ୍ୟାଚ ଦେଖିବା ପାଇଁ ସମ୍ପୂର୍ଣ୍ଣ ଉତ୍ସାହର ସହିତ ୟୁଏଇକୁ ଆସିଥିଲି। ୫ ଥର କୋଭିଡ ପରୀକ୍ଷା କରି ହୋମ କ୍ୱାରାଣ୍ଟାଇନରେ ରହିଥିଲି। କିନ୍ତୁ ଏହି ଗୋଟିଏ ରନ ମୋତେ ଚକିତ କରିଛି। ଏପରି ଟେକ୍ନୋଲୋଜିର ବ୍ୟବହାର କ’ଣ ଯାହା ବ୍ୟବହାର ହୋଇପାରିବ ନାହିଁ? ପ୍ରତିବର୍ଷ ଏହା ହୋଇପାରିବ ନାହିଁ। ଏହାକୁ ରୋକିବା ପାଇଁ ବିସିସିଆଇ ନୂଆ ନିୟମ ଆଣିବା ଆବଶ୍ୟକ। ପଞ୍ଜାବ ଦଳର ପୂର୍ବତନ ପ୍ରଶିକ୍ଷକ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଅମ୍ପାୟାରଙ୍କୁ ସମାଲୋଚନା କରିଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସେ କହିଛନ୍ତି, ମ୍ୟାନ ଅଫ ଦି ମ୍ୟାଚ ନିଷ୍ପତ୍ତିରେ ମୁଁ ଖୁସି ନୁହେଁ। ମ୍ୟାନ ଅଫ ଦି ମ୍ୟାଚର ପ୍ରକୃତ ହକଦାର ହେଉଛନ୍ତି ଅମ୍ପାୟାର। ଏହା ଏକ ଶର୍ଟ ରନ୍‌ ରନ ନ ଥିଲା। ଏହି ୧ ରନ୍‌ ବ୍ୟବଧାନରେ ପଞ୍ଜାବ ଦଳ ହାରିଯାଇଛି। ଏହା ବ୍ୟତୀତ ସଞ୍ଜୟ ମଞ୍ଜରେକର ଏବଂ ଆକାଶ ଚୋପ୍ରା ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଦାମ ଗିଲକ୍ରିଷ୍ଟ, ମାଇକେଲଙ୍କୁ ଇଂରାଜୀରେ କ’ଣ କହିଲେ ନୀତୀଶ ରେଡ୍ଡୀଙ୍କ ପିତା, ଜାଣନ୍ତୁ…

ମେଲବୋର୍ନ,୨୮।୧୨: ନୀତୀଶ କୁମାର ରେଡ୍ଡୀ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ଟେଷ୍ଟ ସିରିଜରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି।...

କିଏ ସେହି ନୀତୀଶ ରେଡ୍ଡୀ, ଯିଏ ଅଷ୍ଟ୍ରେଲିଆକୁ ପିଆଇଲେ ପାଣି

ମେଲବୋର୍ନ,୨୮।୧୨: ମେଲବୋର୍ନ ଟେଷ୍ଟରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି ନୀତୀଶ ରେଡ୍ଡୀ। ନୀତୀଶଙ୍କୁ ମାତ୍ର ୨୧ ବର୍ଷ କିନ୍ତୁ ବ୍ୟାଟିଂରେ ତାଙ୍କର...

ନୀତୀଶ ରେଡ୍ଡୀଙ୍କ ଚମତ୍କାର ଶତକ: ଭୋ ଭୋ ହୋଇ କାନ୍ଦିଲେ ବାପା

ମେଲବୋର୍ନ,୨୮।୧୨: ମେଲବୋର୍ନରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ନୀତୀଶ କୁମାର ରେଡ୍ଡୀ ଚମତ୍କାର ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆର ଶକ୍ତିଶାଳୀ ତଥା ଅଭିଜ୍ଞ ବୋଲର...

ମୁଁ ନଇଁବି ନାହିଁ…ଅର୍ଦ୍ଧଶତକ ପରେ ପୁଷ୍ପା ଷ୍ଟାଇଲ୍‌ରେ ସେଲିବ୍ରେଶନ କଲେ ନୀତୀଶ

ମେଲବୋର୍ନ,୨୮।୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିଆ...

ଆଜିଠୁ ହକି ଇଣ୍ଡିଆ ଲିଗ୍‌

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ଦୀର୍ଘ ୭ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଶନିବାରଠାରୁ ରାଉରକେଲାର ବିର୍ସା ମୁଣ୍ଡା ହକି...

ଦଳରୁ ବାଦ୍‌ ପଡ଼ିବା ପରେ ଗିଲଙ୍କ ବଡ଼ ପଦକ୍ଷେପ, ସାଲ୍ୟୁଟ୍‌ କରୁଛନ୍ତି ପ୍ରଶଂସକ

ମେଲବର୍ନ,୨୭।୧୨: ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ସମାନ ସ୍ଥିତିରେ ଅଛନ୍ତି। ଏବେ ଉଭୟ ଟିମ୍‌ ମେଲବର୍ନ ଟେଷ୍ଟ ଜିତି ସିରିଜରେ ଆଗୁଆ...

କୋହଲିଙ୍କ ପାଇଁ ମଞ୍ଜରେକରଙ୍କ ସହ ଝଗଡ଼ା କଲେ ଇରଫାନ ପଠାନ, LIVE  ଶୋ’ରେ ଜୋରଦାର କଥା କଟାକଟି,Video 

ନୂଆଦିଲ୍ଲୀ,୨୭।୧୨: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ଟିମ୍‌ ଇଣ୍ଡିଆର ଭେଟେରାନ କ୍ରିକେଟର ବିରାଟ କୋହଲି। ପ୍ରଥମେ ଅଷ୍ଟ୍ରେଲିଆର ଡେବ୍ୟୁଟାଣ୍ଟ ସାମ୍‌ କନ୍‌ଷ୍ଟାସ୍‌ଙ୍କୁ ଧକ୍କା ମାରିବାକୁ ନେଇ ସେ...

ସଚିନଙ୍କ ରେକର୍ଡ ଭାଙ୍ଗିଦେଲେ ଯଶସ୍ବୀ ଜୟସ୍ବାଲ

ମେଲବୋର୍ନ,୨୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ନ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୪ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଛି। ଏହି ସମୟ ମଧ୍ୟରେ ଟିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri