Categories: ଖେଳ

ଅହମଦାବାଦରେ ଖେଳାଯିବ ଆଇପିଏଲ୍‌ ଫାଇନାଲ୍‌

ନୂଆଦିଲ୍ଲୀ,୩।୫ : ଚଳିତ ଆଇପିଏଲ୍‌ ସଂସ୍କରଣର ଫାଇନାଲ ଆସନ୍ତା ୨୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ସ୍ପଷ୍ଟ କରିଛି।

ଟାଟା ଆଇପିଏଲ୍‌ର ପ୍ରଥମ କ୍ୱାଲିଫାୟର ଓ ଏଲିମିନେଟର ଯଥାକ୍ରମେ ୨୪ ଓ ୨୫ ତାରିଖରେ କୋଲକାତାରେ ହେବ। ସେହିଭଳି ଦ୍ୱିତୀୟ କ୍ୱାଲିଫାୟର ଏବଂ ଫାଇନାଲ ଅହମଦାବାଦରେ ୨୭ ଓ ୨୯ରେ ଭରପୂର ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି।

Share