ଆଇପିଏଲ୍‌: ଦିଲ୍ଲୀ ସାମ୍ନାରେ ୧୬୩ ରନ୍‌ ଟାର୍ଗେଟ୍‌ ରଖିଲା ହାଇଦ୍ରାବାଦ୍‌

ଆବୁଧାବି, ୨୯।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୧୧ତମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ସନ୍‌ରାଇଜର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୬୨ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ୪୫, ଜନ୍ନୀ ବେୟାରଷ୍ଟୋ ୫୩ ଓ କେନ୍‌ ଓ୍ବିଲିୟମସନ ୪୧ ରନ କରିଥିଲେ। ସଫଳ ବୋଲର ଭାବେ ଦିଲ୍ଲୀ ପକ୍ଷରୁ କାଗିସୋ ରାବାଡା ଓ ଅମିତ୍‌ ମିଶ୍ରା ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।

Share