ଛୋଟ ବିରାଟ-ଅନୁଷ୍କାଙ୍କ ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନିଜର ପ୍ରେଗ୍‌ନେନ୍ସି ପିରିୟଡକୁ ଉପଭୋଗ କରୁଛନ୍ତି। ଏଥିସହ ସ୍ବାମୀ ବିରାଟ କୋହଲିଙ୍କ ସହ ଦୁବାଇରେ ସମୟ ବିତାଉଛନ୍ତି। ଏବେ ସ୍ବାମୀ ବିରାଟ ଆଇପିଏଲ୍‌ ପାଇଁ ୟୁଏଇରେ ଅଛନ୍ତି। ଏହି ଦୁଇଜଣଙ୍କ ଫଟୋ ଏବଂ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଠିକ୍‌ ସେହିପରି ଏବେ ଏହି ଯୋଡିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେମାନଙ୍କୁ ଚିହ୍ନିବା ସାମାନ୍ୟ କଷ୍ଟ ହୋଇପାରେ। କାରଣ ଏହି ଫଟୋରେ ବିରାଟ ଏବଂ ଅନୁଷ୍କା ଉଭୟଙ୍କୁ ଛୋଟ ପିଲା କରିଦିଆଯାଇଛି। ଏହାକୁ ଦେଖିବା ପରେ ପ୍ରଶଂସକମାନେ କମେଣ୍ଟ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। କିଛି ଦିନ ପୂର୍ବରୁ ଅନୁଷ୍କା ଏବଂ ବିରାଟଙ୍କର ପିଲାଦିନର ଫଟୋ ଭାଇରାଲ ହୋଇଥିଲା।

Share