Posted inଖେଳ

ଏପ୍ରିଲ ୧୬ରେ ଆଇପିଏଲ୍‌ ମାଲିକଙ୍କ ହେବ ବୈଠକ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧ା୪: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳକୁ ଆମନ୍ତ୍ରଣ କରିଛି। ସେମାନଙ୍କୁ ନେଇ ଏକ ଅଣାନୁଷ୍ଠାନିକ ବୈଠକ ଏପ୍ରିଲ ୧୬ରେ ବସିବ। ଫ୍ରାଞ୍ଚାଇଜଙ୍କ ଲାଗି ନିଲାମ ରାଶି ପରିମାଣ ବୃଦ୍ଧି ଏବଂ ଖେଳାଳି ରିଟେନଶନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇପାରେ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଦିନ ଏହି ବୈଠକ ବସିବ। ବୈଠକ ପାଇଁ କୌଣସି ଏଜେଣ୍ଡା ପ୍ରସ୍ତୁତ କରାଯାଇ ନାହିଁ। ଆଇପିଏଲ ଦ୍ୱିତୀୟ ମାସରେ ପଦାର୍ପଣ କରିଥିବାରୁ ଏହାର ଅଂଶୀଦାରମାନେ ଏକତ୍ରିତ ହେବା ଲାଗି ଏହା ଏକ ପ୍ରକୃଷ୍ଟ ସମୟ ବୋଲି ବିସିସିଆଇର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି।

ଚଳିତବର୍ଷର ପରବର୍ତ୍ତୀ ଭାଗରେ ହେବାକୁଥିବା ମେଗା ନିଲାମି, ଖେଳାଳି ରିଟେନଶନ ଏବଂ ବର୍ତ୍ତମାନ ରହିଥିବା ନିଲାମ ରାଶି ୧୦୦ କୋଟି ଟଙ୍କାରୁ ବୃଦ୍ଧି ଆଦି ପ୍ରସଙ୍ଗ ନେଇ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

ବିସିସିଆଇ ସମ୍ପାଦକ ଜୟ ଶାହା, ସଭାପତି ରୋଜର ବିନ୍ନି ଓ ଆଇପିଏଲ୍‌ ଚେୟାରମ୍ୟାନ ଅରୁଣ ଧୂମାଲ ପ୍ରମୁଖ ଏହି ବୈଠକରେ ଯୋଗଦେବେ। ବର୍ତ୍ତମାନ ଦଳଗୁଡ଼ିକୁ ପ୍ରତି ମେଗା ନିଲାମି ପୂର୍ବରୁ ୪ଜଣ ଲେଖାଏ ଖେଳାଳି ରିଟେନଶନ ଲାଗି ଅନୁମତି ରହିଛି। ମେଗା ନିଲାମି ପ୍ରତି ୩ ବର୍ଷ ବ୍ୟବଧାନରେ ହୋଇଥାଏ। ଗତଥର ଏହା ୨୦୨୨ରେ ହୋଇଥିଲା। ପରବର୍ତ୍ତୀ ମେଗା ନିଲାମି ୨୦୨୫ ସଂସ୍କରଣ ପୂର୍ବରୁ ଅନୁଷ୍ଠିତ ହେବ।

ଆଇପିଏଲ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ଚେନ୍ନାଇରେ ମେ ୨୬ରେ ଫାଇନାଲ ଅନୁଷ୍ଠିତ ହେବ। କ୍ୱାଲିଫାୟର-୧ ଓ ଏଲିମିନେଟର ଅହମଦାବାଦରେ ମେ ୨୧ ଓ ମେ ୨୨ରେ ଅନୁଷ୍ଠିତ ହେବ। କ୍ୱାଲିଫାୟର ମେ ୨୪ରେ ଚେନ୍ନାଇରେ ଖେଳାଯିବ। ବିସିସିଆଇ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଇପିଏଲ୍‌ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଗତ ସପ୍ତାହରେ ଘୋଷଣା କରିଥିଲା। ବିସିସିଆଇ ପ୍ରଥମ ଦୁଇ ସପ୍ତାହ ପାଇଁ ଖେଳସୂଚୀ ପୂର୍ବରୁ ଘୋଷଣା କରିସାରିଥିଲା। ଚଳିତ ଲିଗ୍‌ ସହ ଏକ ସଙ୍ଗରେ ୭ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri