Categories: ଖେଳ

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ: ୧୦ ଟିମ ମଧ୍ୟରୁ ଏହି ଟିମ ହେବ ୨୦୨୩ ଆଇପିଏଲର ଚାମ୍ପିୟନ

ନୂଆଦିଲ୍ଲୀ,୫।୫: ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟଂସର ଜଲଓ୍ବା ଏହି ସିଜନରେ ବି ରହିଛି। ଏପଟେ ସଂଞ୍ଜୁ ସ୍ୟାମସନର ଅନୁଗାମୀ ରାଜସ୍ଥାନ ଟିମ ବି ଭଲ ପରଫରମାନ୍ସ କରୁଛି। ଏହି ସିଜନର ପ୍ଲେ ଅଫ ରେସରେ ଉଭୟ ଟିମ ଖୁବ ଆଗରେ ରହିଛନ୍ତି।
ପ୍ଲେଅଫର ଆରମ୍ଭ ପୂର୍ବରୁ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁଗାମି ଭଲ ପରଫରମାନ୍ସ ଦେଉଥିବା ଗୁଜରାଟ ଟିମକୁ ନେଇ ଏକ ଭବିଷ୍ୟବାଣୀ କରିଛନ୍ତି। ଶାସ୍ତ୍ରୀ କହିଛନ୍ତି, ଏହି ସିଜନରେ ଗୁଜରାଟ ଟାଇଟଂସ ହିଁ ଆଇପିଏଲ ୨୦୨୩ର ବିଜେତା ଟିମ ହେବ।
ଷ୍ଟାର ସ୍ପୋର୍ଟସର କାର୍ଯ୍ୟକ୍ରମ କ୍ରିକେଟ ଲାଇଭରେ କହିବା ସମୟରେ ରବି ଶାସ୍ତ୍ରୀ କହିଛନ୍ତି, ବର୍ତ୍ତମାନର ଫର୍ମ ଓ ଟିମରେ ଥିବା ଖେଳାଳିଙ୍କ ପରଫରମାନ୍ସକୁ ଦେଖିଲେ ମୋତେ ଲାଗୁଛି କି ଏହି ସିଜନରେ ଗୁଜରାଟ ଟ୍ରଫି ହାତେଇପାରେ। ଏଥିରେ ୭-୮ଜଣ ଖେଳାଳି ଭଲ ପରଫରମାନ୍ସ କରୁଛନ୍ତି।

Share