ମୁମ୍ବାଇ,୨୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣ ଲାଗି ହେବାକୁ ଥିବା ବଡ଼ ଅକ୍ଶନ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ କରିପାରିବେ। ଆଇପିଏଲ୍ର ୧୩ ତମ ସଂସ୍କରଣର ନକ୍ଆଉଟ୍ ପର୍ଯ୍ୟାୟ ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ପ୍ରତ୍ୟେକ ଫ୍ରାଞ୍ଚାଇଜର ପ୍ରତିନିଧିଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ସମସ୍ତେ ୪ ଖେଳାଳିଙ୍କୁ ଦଳରେ ବଜାୟ ରଖିବା ପାଇଁ ଏକମତ ହୋଇଥିବା ବିଶ୍ୱାସ କରାଯାଉଛି।
ପୂର୍ବରୁ ପ୍ରକାଶ ପାଇଥିବା ରିପୋର୍ଟରେ, ପ୍ରତ୍ୟେକ ଫ୍ରାଞ୍ଚାଇଜ ଦଳରେ ୩ ଭାରତୀୟ ଓ ୨ ବିଦେଶୀ ଖେଳାଳିଙ୍କୁ ରଖିପାରିବେ। କିନ୍ତୁ ରିଟେନ ଖେଳାଳିଙ୍କ ସଂଖ୍ୟା ୪ରୁ ଅଧିକ ହେବ ନାହିଁ।