Categories: ଖେଳ

ବଢିଲା ଆଇପିଏଲ୍‌ ବ୍ରାଣ୍ଡ ଭାଲ୍ୟୁ

ନୂଆଦିଲ୍ଲୀ,୨୧।୧୨: ଆଇପିଏଲ ଆଉ ଏକ ବଡ ସଫଳତା ହାସଲ କରିଛି। ଗତ ଏକ ବର୍ଷ ମଧ୍ୟରେ ଏହାର ବ୍ରାଣ୍ଡ ମୂଲ୍ୟ ୭୫ ପ୍ରତିଶତ ବୃଦ୍ଧି ପାଇଛି। ଏହା ୯୦ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ଗତ ବର୍ଷ ଟି-୨୦ ଲିଗରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ଗୁଜରାଟ ଟାଇଟାନ୍ସ ନୂଆ ଦଳ ଭାବେ ଯୋଗ ଦେଇଥିଲେ। ଏହା ବ୍ୟତୀତ ମିଡିଆ ଅଧିକାର ମଧ୍ୟ ବହୁ ମୂଲ୍ୟରେ ବିକ୍ରି ହୋଇଥିଲା। ଡି ଆଣ୍ଡ ପି ଆଡଭାଇଜରୀ ରିପୋର୍ଟ ଅନୁଯାୟୀ, ଆଇପିଏଲ ୨୦୨୨ର ମୂଲ୍ୟ ୧୦.୯ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଏକ ବର୍ଷ ପୂର୍ବରୁ ୨୦୨୧ରେ ଏହା ୬.୨ ବିଲିୟନ ଡଲାର ଥିଲା। ୨୦୦୮ରେ ଟି-୨୦ ଲିଗ ଆରମ୍ଭ ହୋଇଥିଲା। ୧୫ ବର୍ଷ ମଧ୍ୟରେ ଏହା ଏକ ଭଲ ସ୍ଥାନ ହାସଲ କରିଛି।
ଆଇପିଏଲର ମିଡିଆ ଅଧିକାର ଅତୀତରେ ୬.୨ ବିଲିୟନ ଡଲାରରେ ବିକ୍ରି ହୋଇଥିଲା। ଯଦି ଆମେ ପ୍ରତ୍ୟେକ ମ୍ୟାଚର ପ୍ରସାରଣ ଶୁଳ୍କକୁ ଦେଖିବା, ତେବେ ଆଇପିଏଲ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ କ୍ରୀଡ଼ା ଲିଗ। ଚଳିତ ସିଜିନ୍‌ ପାଇଁ ନିଲାମ ୨୩ ଡିସେମ୍ବରରେ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଖେଳାଳିଙ୍କ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

Share