ଟିମ୍ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଆଇପିଏଲ୍ ୨୦୨୦ ପାଇଁ ଦୁବାଇରେ ଅଛନ୍ତି। ଏହି ସମୟରେ ସ୍ତ୍ରୀ ନତାଶା ଷ୍ଟେନକୋଭିଚ ଘରେ ଏକାକି ପୁଅର ଅଗସ୍ତ୍ୟଙ୍କ ଦେଖାଶୁଣା କରୁଛନ୍ତି। ଏଥିସହ ନିଜର ମଧ୍ୟ ସେ ଧ୍ୟାନ ନେଉଛନ୍ତି। କାରଣ ପୁଅ ଜନ୍ମ ହେବା ପରେ ନତାଶା ଖୁବ୍ କମ୍ ଦିନ ମଧ୍ୟରେ ନିଜର ଓଜନ କମ୍ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏବେ ସେ ନିଜ ତ୍ୱଚାର ମଧ୍ୟ ଯତ୍ନ ନେଉଛନ୍ତି। ଅଗସ୍ତ୍ୟକୁ ଶୁଆଇବା ପରେ ମୁହଁରେ ମାସ୍କ ଲଗାଉଛନ୍ତି। ଏମିତି ଏକ ଫଟୋ ନିଜେ ନତାଶା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି।