Categories: ଖେଳ

ଟି୨୦ ବିଶ୍ୱକପ୍‌ ପରେ ବାଜିବ ଆଇପିଏଲ୍‌ ବିଗୁଲ୍‌

ନୂଆଦିଲ୍ଲୀ,୨୩।୯: ଟି୨୦ ବିଶ୍ୱକପ୍‌ ପରେ ବାଜିପାରେ ଆଇପିଏଲ୍‌ର ଆଗାମୀ ସିଜନର ବିଗୁଲ୍‌। ଡିସେମ୍ବରରେ ଆଇପିଏଲ୍‌-୨୦୨୩ ଲାଗି ଅକ୍ସନ କରାଯାଇପାରେ। ଏହା ଏକ ମିନି ଅକ୍ସନ ହେବାକୁ ଯାଉଥିବା ବେଳେ ଏହା କେଉଁଠି ହେବ ତାହା ସ୍ଥିର କରାଯାଇନାହିଁ।

ଡିସେମ୍ବର ଦ୍ୱିତୀୟ ଅଥବା ତୃତୀୟ ସପ୍ତାହରେ ଏହି ଅକ୍ସନ ହୋଇପାରେ। ଚଳିତ ଥର ଅକ୍ସନ ଲାଗି ପ୍ରତି ଟିମ୍‌ ପାଖରେ ୯୫ କୋଟି ଟଙ୍କା ରହିଛି। ଯଦି କୌଣସି ଖେଳାଳି ଦଳ ଛାଡେ ତେବେ ଏହି ରାଶି ବୃଦ୍ଧି ହୋଇପାରେ।

ତେବେ ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପୂର୍ବରୁ ଘୋଷଣା କରିଛନ୍ତି ଯେ ଆଇପିଏଲ୍‌ ୨୦୨୩ରେ ପୂର୍ବ ଦିନର ଝଲକ ଦେଖିବାକୁ ମିଳିବ। ଅର୍ଥାତ ଏହା ଭାରତରେ ଅନୁଷ୍ଠିତ ହେବ। ପ୍ରତିଟି ଟିମ୍‌ ହୋମ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳିବ, ଯେଉଁଭଳି କରୋନା ପୂର୍ବରୁ ହୋଇ ଆସୁଥିଲା।

Share