Categories: ବାଣିଜ୍ୟ

ଆସନ୍ତା ସପ୍ତାହରେ ଆସିବ ୧୧ ଆଇପିଓ, ଶେୟାର ବଜାରରେ ହେବ ୪୦୦୦ କୋଟି ଟଙ୍କାର ବଡ଼ ଖେଳ

ମୁମ୍ବାଇ, ୧୬ା୧୨: ଆସନ୍ତା ସପ୍ତାହରେ ପ୍ରାୟ ୧୧ କମ୍ପାନୀ ସେମାନଙ୍କର ଆଇପିଓ ଆଣିବାକୁ ଯାଉଛନ୍ତି। ଏଥି ମଧ୍ୟରୁ ୭ ଟି ମେନ୍ ବୋର୍ଡ କମ୍ପାନୀ ହୋଇଥିଲା ବେଳେ, ବର୍ଷ ଶେଷକୁ ଭାରତୀୟ ଶେୟାର ବଜାର ଏକ ବଡ଼ ଉତ୍ସାହ ସହିତ କାରବାର ଶେଷ କରିବ ବୋଲି ଆଶା କରାଯାଉଛି।

୭ ମେନ୍ ବୋର୍ଡ କମ୍ପାନୀ ମିଳିତ ଭାବେ ୩୯୧୦ କୋଟି ଟଙ୍କା ଶେୟର ବଜାରରୁ ହାସଲ କରିବାକୁ ଥିବା ବେଳେ ବାକି ୪ଟି ଛୋଟ ଏବଂ ମାଧ୍ୟମ ବର୍ଗ(ଏସଏମଇ) କମ୍ପାନୀ ମିଳିତ ଭାବେ ୧୩୫ କୋଟି ହାସଲ କରିବେ।

ଅଧିକ ଲାଭ ଏବଂ ଏକ ସହନୀୟ ମୂଲ୍ୟ ଥିବାରୁ ଆଇପିଓ ଉପରେ ଅଧିକ ଆଗ୍ରହ ରହୁଥିବା ବିଶେଷଜ୍ଞମାନେ କହିଛନ୍ତି। ଫଳରେ ଏହି ସମସ୍ତ ଆଇପିଓ ଗୁଡିକ ଉଚ୍ଚ ଦରରେ ତାଲିକାଭୁକ୍ତ ହେବ ବୋଲି ଆଶା କରାଯାଉଛି।

ଆସନ୍ତା ବର୍ଷ ଆରମ୍ଭରେ ଶେୟାର ବଜାର ପୁଞ୍ଜି ବୃଦ୍ଧି ଜାରି ରହିବ। କାରଣ ବର୍ତମାନ ସୁଦ୍ଧା ୬୫ରୁ ଅଧିକ ଆଇପିଓ ଦସ୍ତାବିଜ ସେବି ନିକଟରେ ଦାଖଲ ହୋଇଥିବା ସୂଚନା ରହିଛି। ଏଗୁଡିକ ମଧ୍ୟରୁ ୨୫ଟି ସେବି\’ର ଅନୁମୋଦନ ପଇସାରିଛନ୍ତି।

ଆସନ୍ତା ସପ୍ତାହରେ ଆସିବାକୁ ଥିବା ଆଇପିଓ ଗୁଡିକ ମଧ୍ୟରେ ୭ ମେନ୍ ବୋର୍ଡ କମ୍ପାନୀ ହେଉଛନ୍ତି ମୁଥୁଟ୍ ମାଇକ୍ରୋଫିନ୍, ମୋଟିସନ୍ ଜୁଏଲର୍ସ, ସୁରଜ ଇଷ୍ଟେଟ୍ ଡେଭଲପର୍ସ, ହାପି ଫୋର୍ଜିଙ୍ଗ୍, ଆରବିଜେଡ ଜୁଏଲର୍ସ, କ୍ରେଡୋ ବ୍ରାଣ୍ଡ ଏବଂ ଆଜାଦ ଇଞ୍ଜିନିୟରିଂ ରହିଛି ଯାହା ଆସନ୍ତା ସପ୍ତାହରେ ଆସିବାକୁ ଯାଉଛି।

ଅନ୍ୟପଟେ, ଏସଏମଇ ସେଗମେଣ୍ଟରେ ସାହାରା ମାରିଟାଇମ , ଇଲେକ୍ଟ୍ରୋ ଫୋର୍ସ, ଶାନ୍ତି ସ୍ପିଣ୍ଟେକ୍ସ ଏବଂ ଟ୍ରାଇଡେଣ୍ଟ ଟେକ୍ଲାବର ରହିଛନ୍ତି।

Share