Categories: ଜାତୀୟ

ଆଶ୍ରମ ମାମଲା: ଆଶାରାମଙ୍କ ଉପରେ ପୁସ୍ତକ ରଚନା କଲେ ଆଇପିଏସ୍‌!

ନୂଆଦିଲ୍ଲୀ,୩୧।୮: ନିଜର କାମ କରିବାର ଭିନ୍ନ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜସ୍ଥାନ କ୍ୟାଡରର ଆଇପିଏସ୍‌ ଅଜୟପାଲ ଲାମ୍ବା ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ସେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କ ମାମଲାକୁ ନେଇ ଏକ ପୁସ୍ତକ ରଚନା କରିଛନ୍ତି। ଏହା ସେପ୍ଟେମ୍ବର ୫ରେ ଲଞ୍ଚ ହେବ ବୋଲି ଜଣାପଡିଛି। ଗନିଂ ଫର୍‌ ଦି ଗଡ୍‌ମ୍ୟାନ(Gunning for the Godman: The True Story Behind Asaram Bapu’s Conviction) ନାମରେ ଲେଖାଯାଇଥିବା ଏହି ପୁସ୍ତକରେ ଅଜୟପାଲ ଲାମ୍ବା ଆଶାରାମଙ୍କୁ ଗିରଫ କରିବା ସମୟର ହୋଇଥିବା ଲୁଚକାଳି ଖେଳ, ଗଣମାଧ୍ୟମକୁ ଭୁଆଁ ବୁଲାଇବାକୁ କଳ୍ପନା କରାଯାଇଥିବା କାହାଣୀ ଓ ଆଶାରାମ ଦୋଷ ସ୍ବୀକାର କରିଥିବା ବୟାନର ବି ସମ୍ପୂର୍ଣ୍ଣ ବର୍ଣ୍ଣନା କରାଯାଇଛି। ଯେଉଁଥିରେ ଆଶାରାମ କହିଛନ୍ତି, ‘ମୋର ଭୁଲ ହୋଇଯାଇଛି’। ୨୦୦୩ରେ ଆଶାରାମ ବାପୁଙ୍କୁ ଗିରଫ କରିବାକୁ ଯେଉଁ ଟିମ ଗଠନ କରାଯାଇଥିଲା ସେଥିରେ ଅଜୟପାଲ ଥିଲେ ଅନ୍ୟତମ। ଏବେ ଯେଉଁ ପୁସ୍ତକ ରଚନା କରାଯାଇଛି ଏଥିରେ ସହଯୋଗୀ ଲେଖକ ରହିଛନ୍ତି ଅରବିନ୍ଦ ମାଥୁର। ଇଂରାଜି ଖବରକାଗଜ ‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ଏହାକୁ ନେଇ ଏକ ଖବର ମଧ୍ୟ ପ୍ରକାଶ କରିଛି।

Share