Categories: ଫୁରସତ

ଆଇପିଏସ୍‌ ଦମ୍ପତିଙ୍କ ଝିଅ ହେଲେ ପୁଅ

ନୂଆଦିଲ୍ଲୀ: କାର୍ଯ୍ୟରତ ଆଇପିଏସ୍‌ ଦମ୍ପତିଙ୍କ ୨୨ ବର୍ଷୀୟା ଝିଅ ଲିଙ୍ଗ ପରିବର୍ତ୍ତନ କରି ଚର୍ଚ୍ଚାକୁ ଆସିଛନ୍ତି। ଲିଙ୍ଗ ପରିବର୍ତ୍ତନ ନେଇ କରାଯାଉଥିବା ସର୍ଜରି ବର୍ତ୍ତମାନ ସମୟରେ କୌଣସି ବିରଳ ଘଟଣା ନୁହେଁ। ଦେଶ ତଥା ଦେଶ ବାହାରେ ବହୁଳମାତ୍ରାରେ ଏହାର ବ୍ୟବହାର କରାଯାଉଥିବା ଏସ୍‌ସିବି ମେଡିକାଲ କଲେଜ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଡାକ୍ତର ଡା. ବିଭୂତି ନାୟକ କହିଛନ୍ତି। ସର୍ଜରି ଯେତେ କଠିନ ନୁହେଁ ତା’ଠାରୁ ଅଧିକ କଠିନ ଲିଙ୍ଗ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେବା। ଏ ନେଇ ଆଇପିଏସ୍‌ ଦମ୍ପତି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଝିଅରୁ ପୁଅକୁ ପରିବର୍ତ୍ତନ ହେବା ଅସ୍ତ୍ରୋପଚାର ପ୍ରକ୍ରିୟାରେ ସବୁଠାରୁ ଜଟିଳ ପ୍ରକ୍ରିୟା ହେଉଛି ପୁରୁଷର ଲିଙ୍ଗ (ପେନିସ୍‌) ପ୍ରତିରୋପଣ କରିବା। ଜଣେ ଝିଅକୁ ସମ୍ପୂର୍ଣ୍ଣ ଭାବେ ପୁଅ ହେବା ପାଇଁ ୨ ବର୍ଷ ସମୟ ଲାଗିଥାଏ। ଶରୀରରେ ହର୍‌ମୋନାଲ ପରିବର୍ତ୍ତନ ହେବା ପାଇଁ ଅଧିକ ସମୟ ଲାଗିଥାଏ। ଓଡ଼ିଶାରେ ଝିଅରୁ ପୁଅ ହେବା ପାଇଁ କରାଯାଉଥିତ୍ବା ଅସ୍ତ୍ରୋପଚାରରେ ୩.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ପୁଅରୁ ଝିଅ ହେବା ଲାଗି ସାଢ଼େ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

Share