ମୁମ୍ବାଇ,୪।୧:ବରିଷ୍ଠ ଆଇପିଏସ୍ ଅଫିସର ତଥା ଅତିରିକ୍ତ ପୋଲିସ ଡିଜି ଦେବେନ ଭାରତୀଙ୍କୁ ମୁମ୍ବାଇ ପାଇଁ ସ୍ବତନ୍ତ୍ର ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ଥର ଲାଗି ମହାରାଷ୍ଟ୍ର ସରକାର ମୁମ୍ବାଇ ପାଇଁ ସ୍ବତନ୍ତ୍ର ପୋଲିସ କମିଶନର ପଦବୀ ସୃଷ୍ଟି କରିଛନ୍ତି। ବର୍ତ୍ତମାନର ପୋଲିସ କମିଶନର ବିବେକ ଫନ୍ସଲକରଙ୍କୁ ଗତବର୍ଷ ଜୁଲାଇରେ ନିଯୁକ୍ତି ଦିଆଯାଇଥିଲା। ଭାରତୀ ୧୯୯୪ ବ୍ୟାଚ୍ର ଆଇପିଏସ୍ ଅଫିସର। ସେ ପୂର୍ବରୁ ଯୁଗ୍ମ ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର, ମହାରାଷ୍ଟ୍ର ଏଟିଏସ୍ ମୁଖ୍ୟ, ମହାରାଷ୍ଟ୍ର ରାଜ୍ୟ ସୁରକ୍ଷା ନିଗମର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।