ଆଇପିଏସ୍‌ ଦିପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍‌ ଦିପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଦିପ୍ତେଶ ଏବେ ଜେଲ୍‌ ବିଭାଗ ଆଇଜି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଅତିରିକ୍ତ ଭାବେ ଓଏସ୍‌ଆରଟିସି ସିଏମ୍‌ଡ଼ି ଦାୟିତ୍ୱ ଦିଆଯାଇଛି। ଏନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ଓଏସ୍‌ଆରଟିସି ସିଏମ୍‌ଡ଼ି ଥିବା ଅରୁଣ ବୋଥ୍ରାଙ୍କୁ ପରିବହନ ବିଭାଗ କମିଶନର ଭାବେ ବଦଳି କରାଯିବା ପରେ ଫଳରେ ଏହି ପଦବୀ ଖାଲି ପଡିଥିଲା। ତେଣୁ ତାଙ୍କ ସ୍ଥାନରେ ଦିପ୍ତେଶଙ୍କୁ ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି।

Share