IPS ଡିଏସ କୁଟ୍ଟେ ସସପେଣ୍ଡ

ଭୁବନେଶ୍ୱର,୨୮।୫: IPS ଅଫିସର ଡିଏସ କୁଟ୍ଟେ ସସପେଣ୍ଡ। IPS କୁଟ୍ଟେଙ୍କୁ ସସପେଣ୍ଡ କଲେ ଭାରତୀୟ ନିର୍ବାଚନ କମିଶନର (ECI)। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ ଡିଏସ କୁଟ୍ଟେ। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ସସପେଣ୍ଡ କରାଯାଇଛି। ସସପେଣ୍ଡ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ ରହି କାର୍ଯ୍ୟ କରିବେ। କାଲି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର।

Share