ଏମିତି ଶିକ୍ଷକ ମିଳିଥିଲେ ୟୁପିଏସ୍‌ସି ପରୀକ୍ଷାରେ ଥାଆନ୍ତି ସବୁଠୁ ଆଗରେ: ଅରୁଣ ବୋଥ୍ରା

ପାଟନା,୩୧।୮: ପିଲାବେଳେ ପାଠପଢା ଅନେକଙ୍କୁ କଷ୍ଟ ଲାଗିଥାଏ। କେହି କେହି ବାହାନା କରି ସ୍କୁଲ ନ ଯିବା ପୁଣି ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ପିଲାମାନଙ୍କ ପାଖରେ ଦେଖାଯିବା ଏକ ସାଧାରଣ କଥା ହୋଇଥାଏ। ଏବେ କିନ୍ତୁ କରୋନା ଭାଇରସ ସଂକ୍ରମଣ ପାଇଁ ସବୁ ଛାତ୍ରୀଛାତ୍ର ଘରେ ବସି ଅନ୍‌ଲାଇନରେ ପାଠ ପଢୁଛନ୍ତି। ଏବେ ଏମିତି ଏକ ଅନ୍‌ଲାଇନ କ୍ଲାସରେ ପାଠ ପଢାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ସମସ୍ତଙ୍କ ମତ ରହିଛି ଶିକ୍ଷକଙ୍କ ପାଠପଢାରେ ବି ମଜା ରହିଛି। ଆଇପିଏସ୍‌ ଅରୁଣ ବୋଥ୍ରା ଏହି ଭିଡିଓକୁ ଶେୟାର କରିଥିବା ଜଣାପଡିଛି। ଉକ୍ତ ଭିଡିଓରେ ବିହାରି ଭାଷାରେ ଜଣେ ଶିକ୍ଷକ ପିଲାମାନଙ୍କୁ ପାଠ ପଢାଉଛନ୍ତି। ବୋଥ୍ରା ଏହି ଶିକ୍ଷକଙ୍କର ପାଠପଢା ଶୈଳୀକୁ ଖୁବ୍‌ ପ୍ରଶଂସା କରିଛନ୍ତି। ଭିଡିଓଟି ପୋଷ୍ଟ କରିବା ସହ ବୋଥ୍ରା ଲେଖିଛନ୍ତି, ମେତେ ଯଦି ଏମିତି ଶିକ୍ଷକ ମିଳିଥାଆନ୍ତେ ତେବେ ମୁଁ ୟୁପିଏସ୍‌ସି ପରୀକ୍ଷାରେ ଟପ୍‌ କରିଥାଆନ୍ତି। ଏବେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ତେବେ ଅଗଷ୍ଟ ୨୭ରେ ଏହାକୁ ଶେୟାର କରାଯାଇଥିଲା। ଆଉ ଏବେ ପର୍ଯ୍ୟନ୍ତ ଏହାକୁ ୩ଲକ୍ଷରୁ ଅଧିକ ଭ୍ୟୁଜ ମିଳି ସାରିଲାଣି। ଏହାସହ ୨୩ ହଜାରୁ ଅଧିକ ଲାଇକ୍ସ ଓ ୫ ହଜାରରୁ ଅଧିକ ରିଟୁଇଟ କରାଗଲାଣି।

Share