Categories: ଜାତୀୟ

ଆଇପିଏସ୍‌ ଅଫିସର ବସନ୍ତ ରଥଙ୍କ ଇସ୍ତଫା

ଶ୍ରୀନଗର ,୨୭।୬: ନିର୍ବାଚନୀ ରାଜନୀତିରେ ଯୋଗଦେବା ଲାଗି ଓଡ଼ିଶା ଜନ୍ମିତ ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ବସନ୍ତ କୁମାର ରଥ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ ଦେଇଛନ୍ତି।

ଆଇଜି ପାହ୍ୟାର ଅଧିକାରୀ ବସନ୍ତଙ୍କ ବିବାଦୀୟ କାର୍ଯ୍ୟ ଲାଗି ତାଙ୍କୁ ୨ ବର୍ଷ ହେଲା ନିଲମ୍ବନ କରାଯାଇଥିଲା। ସେ ଯଦି ରାଜନୀତିରେ ଯୋଗଦିଅନ୍ତି ତେବେ ଭାଜପାରେ ହିଁ ସାମିଲ ହେବେ ଏବଂ ଜମ୍ମୁ-କଶ୍ମୀରରୁ ନିର୍ବାଚନ ଲଢ଼ିବେ। ସେ ୨୦୨୪ ମାର୍ଚ୍ଚ ୬ ପୂର୍ବରୁ ରାଜନୀତିରେ ଯୋଗଦେବେ ବୋଲି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

Share