ଭୁବନେଶ୍ୱର,୨୪।୫(ବ୍ୟୁରୋ): ଓଡ଼ିଶା କ୍ୟାଡର ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି। ଚଳିତବର୍ଷ ମାର୍ଚ୍ଚ ୧୨ରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିଲା।
୨୦୧୫ରେ ସଞ୍ଜୟ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି)ରେ ଆଇଜି ଭାବେ ପ୍ରାୟ ୭ ବର୍ଷ କାର୍ଯ୍ୟ କରିଛନ୍ତି । ୨୦୨୨ ମାର୍ଚ୍ଚ ୧୨ରେ ତାଙ୍କୁ ନିଜ କ୍ୟାଡର୍କୁ ଫେରାଇ ଦିଆଯାଇଥିଲା । ସେବେଠୁ ସେ ଛୁଟିରେ ରହିବା ପରେ ଚଳିତମାସ ୨୦ତାରିଖରେ ଓଡ଼ିଶା ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି । ମଙ୍ଗଳବାର ତାଙ୍କୁ ନୂଆ ଦାୟିତ୍ୱ ମିଳିଛି ।