କରୋନା ସଂକ୍ରମିତଙ୍କ ଜନ୍ମଦିନ ପାର୍ଟି: ଭିଡିଓ ଶେୟାର କରି ଆଇପିଏସ୍‌ କହିଲେ ଏମିତି ନାଚିଲେ ହାରିଯିବ କରୋନା

ନୂଆଦିଲ୍ଲୀ,୬।୯: କେତେକ ଲୋକ ଅଛନ୍ତି ଯେଉଁମାନେ ସବୁ ପରିସ୍ଥିତିରେ ଖୁସି ରହିବାକୁ ଚେଷ୍ଟା କରନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏକ କରୋନା ହସ୍ପିଟାଲରେ। ଉକ୍ତ ହସ୍ପିଟାଲରେ ସମସ୍ତ କରୋନା ରୋଗୀ ଜନ୍ମଦିନ ପାର୍ଟି ମନାଇବା ସହ ମନ ଖୋଲି ନାଚୁଥିବା ଦେଖାଯାଇଛି। ଆଉ ଏହାର ଏକ ଭିଡିଓ ଜଣେ ଆଇପିଏସ୍‌ ତାଙ୍କ ଟୁଇଟରରେ ଶେୟାର କରି ଲେଖିଛନ୍ତି, ଏମିତି ନାଚିଲେ କରୋନା ବି ହାରିଯିବ। ଏହା ପୂର୍ବରୁ ବୋଧହୁଏ କରୋନା ହସ୍ପିଟାଲର ଏମିତି ଦୃଶ୍ୟ କେହି ଦେଖି ନ ଥିବେ। ଆଇପିଏସ୍‌ ଦିପାଂଶୁ କାବରା ତାଙ୍କ ଟୁଇଟରରେ ଯେଉଁ ଭିଡିଓଟି ଶେୟାର କରିଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓ ସହ ସେ ଲେଖିଛନ୍ତି ଦିଲେର ମେହନ୍ଦିଙ୍କ ୨ ମିନିଟ ଗୀତରେ ବଡ ବଡ ନେଗେଟିଭିଟି ନଷ୍ଟ ହୋଇଯାଇଥାଏ। ଏହି ଭିଡିଓଟି ରାଇପୁର ଜିଲା ଇଣ୍ଡୋର ଷ୍ଟାଡିୟମରେ ଥିବା କୋଭିଡ ହସ୍ପିଟାଲରେ ଜନ୍ମଦିନ ପାର୍ଟି ପାଳନ ହେବାର ଦୃଶ୍ୟ। ତେଣୁ ଆପଣମାନେ ବି ମନଖୋଲି ନାଚନ୍ତୁ ସାବଧାନ ରୁହନ୍ତୁ, କରୋନା ନିଶ୍ଚୟ ହାରିବ। ତେବେ ସେଠାରେ ଉପସ୍ଥିତ ଥିବା ସମସ୍ତ କରୋନା ସଂକ୍ରମିତ ମୁହଁରେ ମାସ୍କ ପିନ୍ଧିବା ସହ କେହି କେହି ଏହି ଦୃଶ୍ୟକୁ ନିଜ ନିଜ ମୋବାଇଲେ ରେକର୍ଡ କରୁଥିବା ମଧ୍ୟ ଦେଖାଯାଇଛି। ଆଇପିଏସ୍‌ ଦିପାଂଶୁ କହିଛନ୍ତି ଏମାନେ କରୋନାରେ ସଂକ୍ରମିତ ହେବା ପରେ ବି ଏମାନଙ୍କ ମନରେ ଥିବା ପଜିଟିଭିଟି ଏମାନଙ୍କୁ ଶୀଘ୍ର ସୁସ୍ଥ କରିବ। ତେଣୁ ମନରେ ପଜିଟିଭିଟି ରଖିଲେ ଯେ କୌଣସି ରୋଗକୁ ସହଜରେ ଏଡାଇ ଦେଇହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

Pahalgam Terror Attack: LoCରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଗୁ ସମଗ୍ର ଦେଶରେ କ୍ରୋଧର ପରିବେଶ ରହିଛି। ଏହି ଘଟଣା ପରଠାରୁ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ଉପରେ ଗୁଳି...

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା...

‘ପ୍ରାଣୀଙ୍କ ସ୍ବାସ୍ଥ୍ୟ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ’

୨୦୦୧ ମସିହାଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏପ୍ରିଲ ମାସ ଶେଷ ଶନିବାର (୨୬ତାରିଖ)ପାଳିତ ହେଉଛି ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ’। ଏହି ଦିବସ ପାଳନର...

ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ ଇଭେଣ୍ଟ: ଚମକ ଦେଖାଇବେ ଗଜପତିର କାର୍ତ୍ତିକ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା):ନୂଆଦିଲ୍ଲୀରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଯୁବ ସ୍କେଟର୍‌ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଗଜପତି ଡିଷ୍ଟ୍ରିକ୍ଟ ରୋଲର ସ୍କେଟିଂ ଏକାଡେମୀରେ ସ୍କେଟିଂ ପ୍ରଶିକ୍ଷଣ ନେଉଥିବା ସିଧାମଡଙ୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image