ଆଇପିଏସ ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୬ ଜିଲାର ଏସ୍‌ପି

ଭୁବନେଶ୍ୱର,୨୪।୧: ଆଇପିଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ସଂଜୀବ ପଣ୍ଡା। ଏବେ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୋଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ସେହିପରି କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଥିଲା ବେଳେ ପୁରୀ ଏସ୍‌ପି ଥିବା କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଦାୟିତ୍ୱ ମିଳିଛି।

ସେହିଭଳି ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି, ଏମ. ସନ୍ଦୀପ ସଂପତ ଢେଙ୍କାନାଳ ଏସ୍‌ପି, ରାମ ପ୍ରସାଦ ସାହୁ ରାୟଗଡ଼ା ଏସ୍‌ପି ଏବଂ ୟଶପ୍ରତାପ ଶ୍ରିମଳଙ୍କୁ ସୋନପୁର ଏସ୍‌ପି ଭାବେ ବଦଳି କରାଯାଇଛି।

ଏହା ବ୍ୟତୀତ ସନ୍ତୋଷ ବାଲାଙ୍କୁ ପୋଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ ମିଳିଥିଲା ବେଳେ ଆଇଜି ସ୍ତରରେ ମଧ୍ୟ ବଦଳି କରାଯାଇଛି। ହିମାଂଶୁ ଲାଲ୍‌ ଉତ୍ତରାଞ୍ଚଳ ଆଇଜି, ଦୀପକ କୁମାର ହେଲେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଏବଂ ସତ୍ୟବ୍ରତ ଭୋଇ ପୂର୍ବାଞ୍ଚଳ ରେଂଜ ଆଇଜି ଭାବେ ନିଯୁକ୍ତି ମିଳିଛି।

Share