Categories: ଜାତୀୟ

ଭାରତୀୟଙ୍କର ନିଜ ସରକାର ଉପରେ ଭରସା ଅଧିକ: ରିପୋର୍ଟ

ନୂଆଦିଲ୍ଲୀ,୩୦ ।୫: ବର୍ତ୍ତମାନ ସମୟରେ ଯେତେବେଳେ ଅଧିକାଂଶ ଦେଶର ଜନତା ନିଜ ସରକାରକୁ ଅବିଶ୍ୱାସ କରୁଛନ୍ତି ସେତିକିବେଳେ ଭାରତୀୟଙ୍କର ନିଜ ସରକାର ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଏହି ମାମଲାରେ ଭାରତ ଆମେରିକା, ବ୍ରିଟେନ, କାନାଡା ଓ ଜାପାନ ଭଳି ବିକଶିତ ଦେଶକୁ ପଛରେ ପକାଇ ଦେଇଛି । ଏହି ଦାବି ଫ୍ରାନ୍ସର ମାର୍କେଟ ରିସର୍ଚ୍ଚ ଓ କନସଲ୍ଟିଂ ଫର୍ମ ଇସପୋସ ତା’ର ବିଶ୍ୱ ବିଶ୍ୱସନୀୟତା ରିପୋର୍ଟରେ କହିଛି ।
ରିପୋର୍ଟରେ କୁହାଯାଇଛି ସରକାରଙ୍କ ଉପରେ ଅବିଶ୍ୱନୀୟତା କିଛି ନୂଆ କଥା ନୁହେଁ । ହେଲେ ଏଥିରେ ଅନିଶ୍ଚିତତାରେ ଥିବା ସମୟରେ ଶାସକ ଦଳକୁ ଚ୍ୟାଲେଞ୍ଜ ଏବଂ ଅସ୍ଥିର କରିବା ପାଇଁ ଆନ୍ଦୋଳନ ସୃଷ୍ଟି କରେ । ସେଥିପାଇଁ ସରକାର ଓ ସରକାରୀ ଅନୁଷ୍ଠାନ ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ମାପ କରାଯାଏ । ଏହି ସର୍ଭେ ପାଇଁ ଜୁନ ୨୫ରୁ ଜୁଲାଇ ୯, ୨୦୨୧ ମଧ୍ୟରେ ୨୭ଟି ଦେଶରୁ ୨୦ ହଜାର ଲୋକଙ୍କର ଅନଲାଇନରେ ସାକ୍ଷାତ୍‌କାର ନିଆଯାଇଥିଲା । ଏଥିରେ ୧୬-୭୫ ବର୍ଷ ବୟସର ଲୋକେ ସାମିଲ ଥିଲେ ।
ରିପୋର୍ଟରେ ଚାଇନାର ମିଡିଆ, କର୍ପୋରେଶନ ଉପରେ ବିଶ୍ୱାସର ଅଙ୍କ ରହିଛି । ହେଲେ ସରକାର ଓ ଯୋଜନା ଉପରେ ଥିବା ତଥ୍ୟକୁ ଲୁଚାଇ ଦିଆଯାଇଛି । ଏହା ଚାଇନା ସରକାରଙ୍କ ଦାଦାଗିରି ବୋଲି କୁହାଯାଉଛି । ତେବେ ଭାରତର ୪୮ ପ୍ରତିଶତ ଜନତା ସରକାର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି । ଏହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ ।

Share