Categories: ବାଣିଜ୍ୟ

ଭିକେସି ଗ୍ରୁପ୍‌କୁ ଆଇପିୟୁଏ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୦।୪: ଦେଶର ପ୍ରମୁଖ ଫୁଟ୍‌ଓ୍ବେର ବ୍ରାଣ୍ଡ୍‌ ତଥା ପପୁଲାରାଇଜିଂ ପଲୁରେଥିନେ(ପିୟୁ) ଫିଟ୍‌ଓ୍ବେର ନିର୍ମାତ ଭିକେସି ଗ୍ରୁପ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ନୋଏଡାଠାରେ ଆୟୋଜିତ ପିୟୁ ଟେକ୍‌ ୨୦୨୩ ଉତ୍ସବ ଅବସରରେ ଭିକେସି ଗ୍ରୁପ୍‌କୁ ସମ୍ମାନଜନକ ଆଇପିୟୁଏ (ଇଣ୍ଡିଆନ ପଲୁରେଥିନେ ଆସୋସିଏଶନ) ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ମିଲକେନ ଇଣ୍ଡିଆର ବିଜ୍‌ନେସ ହେଡ୍‌ ଆଲୋକ ତିଓ୍ବାରୀଙ୍କଠାରୁ ଭିକେସି ଗ୍ରୁପ୍‌ର ଡାଇରେକ୍ଟର ଭି.ପି. ଆଜେଜ ଉପରୋକ୍ତ ସମ୍ମାନ ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଭିକେସି ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭିକେସି ରଜାକ କହିଛନ୍ତି, ଏଭଳି ଏକ ଜାତୀୟସ୍ତରର ସମ୍ମାନ ଏବଂ ସ୍ବୀକୃତି ପାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଭାରତୀୟ ବଜାରରେ ପିୟୁ ଫୁଟ୍‌ଓ୍ବେରର ପ୍ରସାର କରିବାରେ ଏହା ବେଶ୍‌ ସହାୟକ ହେବ।

Share