ଆମିର-କିରଣଙ୍କ ଛାଡ଼ପତ୍ର ଘୋଷଣା ପରେ ଇରାଙ୍କ ପ୍ରଥମ ପୋଷ୍ଟ

ମୁମ୍ବାଇ: ନିକଟରେ ବଲିଉଡ୍‌ ପରଫେକ୍ଟନିଷ୍ଟ ଆମିର ଖାଁ ଓ ପତ୍ନୀ କିରଣ ରାଓ ନିଜର ଛାଡ଼ପତ୍ର ନେଇ ଘୋଷଣା କରିଥିଲେ। ଉଭୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୧୫ବର୍ଷ ପରେ ଦୁହିଁଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଛି। ଆମିର ଓ କିରଣଙ୍କ ଛାଡ଼ପତ୍ର ଘୋଷଣା ପରେ ପ୍ରଥମ ଥର ଆମିରଙ୍କ ଝିଅ ଇରା ଖାଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଆଉ ଏହି ପୋଷ୍ଟଟି ହେଉଛି ଖାଦ୍ୟ ଉପରେ। ଏଥିରେ ସେ ଫୁଡ୍‌ ରିଭ୍ୟୁ କରୁଥିବା ନଜର ଆସିଛନ୍ତି। ଇରା ଉକ୍ତ ଭିଡିଓକୁ ଶେୟାର କରିବା ସହ ଏକ ମଜାଳିଆ କ୍ୟାପସନ୍‌ ଲେଖିଛନ୍ତି। ବର୍ନ ବାସକ୍ୟୁ ଚିଜ୍‌ କେକ୍‌ ଓ ଡାନିଏଲ୍‌ ପେଟିସିଅର୍‌ ସହ ସେ ଜୋମାଟୋର ଏହି ଚିତ୍ର ବେଶ୍‌ ସୁନ୍ଦର ବୋଲି ଇରା କହିଛନ୍ତି। ଇରାଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ଇରା ହେଉଛନ୍ତି ଆମିରଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ। ଅନ୍ୟପଟେ ଇରାଙ୍କ ଲାଇଫ୍‌ ବିଷୟରେ କହିବାକୁ ଗଲେ ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ ସେ ନିଜର କାର୍ଯ୍ୟକଳାପ ହେଉ କି ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ଅନ୍ୟପଟେ ତାଙ୍କ ପର୍ସନାଲ ଲାଇଫ କଥା କହିବାକୁ ଗଲେ ଇରା ଫିଟ୍‌ନେସ ଟ୍ରେନର ନୁପୁର ଶିଖରେଙ୍କୁ ଡେଟ୍‌ କରୁଥିବା ଜଣାପଡ଼ିଛି।

Share