ଟ୍ରୋଲ୍‌ ହେବା ପରେ ବି ବିକିନି ଫଟୋ ଶେୟାର କରି ଜବାବ ଦେଲେ ଇରା

ବମ୍ବେ: ସୋସିଆଲ ମିଡିଆରେ କରୁଥିବା ପ୍ରତିଟି ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଆମିର ଖାନଙ୍କ ଝିଅ ଇରା ଖାଁ। ନିକଟରେ ସେ ନିଜର ୨୫ତମ ଜନ୍ମଦିନ ପାଳନ କରିଥିଲେ। ଏଥିରେ ସେ ବିକିନି ପିନ୍ଧିଥିବା ନଜର ଆସିଥିଲେ। ଏହାର କିଛି ଫଟୋ ସେ ଶେୟାର କରିବା ପରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ହେଲେ ଏବେ ସେ ଏହାର ଜବାବ ଦେଇଛନ୍ତି।

ବିକିନି ପିନ୍ଧା ଫଟୋ ପିନ୍ଧି ଟ୍ରୋଲ ହେବା ସତ୍ତ୍ୱେ ଇରା ପୁଣି ଥରେ ନିଜ ଜନ୍ମଦିନ ପାର୍ଟିର କିଛି ଅନ୍‌ସିନ୍‌ ଫଟୋ ଶେୟାର କରିଛନ୍ତି। ସେ ସବୁରେ ସେ ବିକିନି ପିନ୍ଧି ପୁଲ୍‌ରେ ବନ୍ଧୁମାନଙ୍କ ସହ ଉପଭୋଗ କରୁଥିବା ନଜର ଆସିଛି। ଫଟୋ ଶେୟାର କରି ସେ କ୍ୟାପ୍‌ଶନରେ, ଯଦି ସବୁ ଲୋକ ମୋର ଜନ୍ମଦିନ ଫଟୋ ଯୋଗୁ ଟ୍ରୋଲ କରୁଛନ୍ତି, ତେବେ ଏଠାରେ ଆଉ କିଛି ଫଟୋ ଅଛି ବୋଲି ଲେଖିଛନ୍ତି।

Share