Posted inଖେଳ

କୋହଲିଙ୍କ ପାଇଁ ମଞ୍ଜରେକରଙ୍କ ସହ ଝଗଡ଼ା କଲେ ଇରଫାନ ପଠାନ, LIVE  ଶୋ’ରେ ଜୋରଦାର କଥା କଟାକଟି,Video 

ନୂଆଦିଲ୍ଲୀ,୨୭।୧୨: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ଟିମ୍‌ ଇଣ୍ଡିଆର ଭେଟେରାନ କ୍ରିକେଟର ବିରାଟ କୋହଲି। ପ୍ରଥମେ ଅଷ୍ଟ୍ରେଲିଆର ଡେବ୍ୟୁଟାଣ୍ଟ ସାମ୍‌ କନ୍‌ଷ୍ଟାସ୍‌ଙ୍କୁ ଧକ୍କା ମାରିବାକୁ ନେଇ ସେ ଆଲୋଚନାରେ ଥିବା ବେଳେ ଏବେ ଟିମ୍‌ ଇଣ୍ଡିଆ ଓପନର ଯଶସ୍ବୀ ଜୟସ୍ବାଲଙ୍କୁ ରନ୍‌ ଆଉଟ୍‌ କରିବା ଲାଗି ଚର୍ଚ୍ଚା ବଢ଼ିଛି। କାରଣ ଯଶସ୍ବୀ ଆଉଟ୍‌ ହେବା ସମୟରେ ବିରାଟ ବ୍ୟାଟିଂ କରୁଥିଲେ। ଉଭୟଙ୍କ ମଧ୍ୟରେ ତାଳମେଳ ଅଭାବ ଯୋଗୁ ଜୟସ୍ବାଲ ନିଜର ଉଇକେଟ ହରାଇଥିଲେ। ଏହି ମାମଲାକୁ ନେଇ ଏବେ ଭାରତର ଦୁଇ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର ଏବଂ ଇରଫାନ ପଠାନଙ୍କ ମଧ୍ୟରେ ଜୋରଦାର ବଚସା ହୋଇଛି।
ମଞ୍ଜରେକର ଯଶସ୍ବୀଙ୍କ ଆଉଟ୍‌ ହେବାରେ କୋହଲିଙ୍କୁ ଦୋଷୀ ବୋଲି କହିଥିଲେ। ଏହା ସ୍କୁଲ ଏରର୍‌ ଥିଲା ବୋଲି ଅବିହିତ କରିଥିଲେ। ଏହା ପରେ ଇରଫାନ କହିଥିଲେ ଯେ, କ୍ରିକେଟର ସତ ହେଉଛି ଯେ ଯଦି କେହି କଟ୍‌ ମାରିଛନ୍ତି, ପଏଣ୍ଟ ଫିଲ୍ଡର ହାତକୁ ବଲ୍‌ ଯାଇଛି। ତେବେ ସେଠାରେ ଯିଏ କଲ୍‌ ଦିଏ ସେ ନନ୍‌ ଷ୍ଟ୍ରାଇକର୍‌ ଥାଏ। ଯିଏ ଷ୍ଟ୍ରାଇକ୍‌ରେ ଥାଏ ସେ ବି ଅନେକ ଥର ମନା କରିପାରେ। ଇରଫାନକୁ ମଝିରୁ ଅଟକାଇ ସଞ୍ଜୟ କହିଥିଲେ, ଏହା ପଏଣ୍ଟର କଥା, ଆମେ ପଛର କଥା ହେଉଛେ। ଏହାପରେ ଇରଫାନ କହିଥିଲେ ଯେ କଥା ସତ ଏବଂ ମିଛର ନୁହେଁ। ମୁଁ ଯାହା କହୁଛି, ତାକୁ ତୁମେ ବୁଝୁନାହଁ। ଏଠାରେ କୋହଲି ଅଛନ୍ତି ବୋଲି କଥା ପଡ଼ିନାହିଁ। କାଲି କୋହଲିଙ୍କ ବିଷୟରେ କଥା ପଡ଼ିଥିଲା। ସେତେବେଳେ ଆମେ ଛିଡ଼ା ହୋଇ କ’ଣ କରୁଥିଲେ। ଏହା ଶୁଣି ମଞ୍ଜରେକର ମୁଁହ ମୋଡ଼ି ଦେଇଥିଲେ। ଏପରିକି ଯଦି ତୁମେ ମୋତେ କଥା ହେବାକୁ ଦେବାକୁ ଚାହୁଁନାହଁ ବୋଲି ତେବେ ଠିକ୍‌ ଅଛି। ଏହାପରେ ଇରଫାନ କିଛି କହିବା ମାତ୍ରେ ସେ ରାଗରେ ଲାଲ ପଡ଼ି ଯାଇଥିଲେ।
ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁଁ ନଇଁବି ନାହିଁ…ଅର୍ଦ୍ଧଶତକ ପରେ ପୁଷ୍ପା ଷ୍ଟାଇଲ୍‌ରେ ସେଲିବ୍ରେଶନ କଲେ ନୀତୀଶ

ମେଲବୋର୍ନ,୨୮।୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିଆ...

ଆଜିଠୁ ହକି ଇଣ୍ଡିଆ ଲିଗ୍‌

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ଦୀର୍ଘ ୭ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଶନିବାରଠାରୁ ରାଉରକେଲାର ବିର୍ସା ମୁଣ୍ଡା ହକି...

ଦଳରୁ ବାଦ୍‌ ପଡ଼ିବା ପରେ ଗିଲଙ୍କ ବଡ଼ ପଦକ୍ଷେପ, ସାଲ୍ୟୁଟ୍‌ କରୁଛନ୍ତି ପ୍ରଶଂସକ

ମେଲବର୍ନ,୨୭।୧୨: ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ସମାନ ସ୍ଥିତିରେ ଅଛନ୍ତି। ଏବେ ଉଭୟ ଟିମ୍‌ ମେଲବର୍ନ ଟେଷ୍ଟ ଜିତି ସିରିଜରେ ଆଗୁଆ...

ସଚିନଙ୍କ ରେକର୍ଡ ଭାଙ୍ଗିଦେଲେ ଯଶସ୍ବୀ ଜୟସ୍ବାଲ

ମେଲବୋର୍ନ,୨୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ନ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୪ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଛି। ଏହି ସମୟ ମଧ୍ୟରେ ଟିମ...

ସ୍ମିଥଙ୍କ ଶତକ:ଅଷ୍ଟ୍ରେଲିଆ ୪୭୪ ରନ୍‌ରେ ଅଲଆଉଟ୍‌

ମେଲବୋର୍ନ,୨୭।୧୨:ମେଲବୋର୍ନ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୭୦ ରନ ସଂଗ୍ରହ କରିଛି। ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଦଳ ୩୧୧ ସ୍କୋର ସହ ଇନିଂସ ଅଗ୍ରଗତି କରିବା...

କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

ମେଲବୋର୍ନ,୨୭।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୫-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଜାନୁଆରୀ ୨୬ରୁ ଖେଳାଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏହି ଟେଷ୍ଟ ମ୍ୟାଚ ଖେଳାଯାଉଛି। ଅଷ୍ଟ୍ରେଲିଆ ଦଳ...

ସମସ୍ତଙ୍କ ସାମ୍ନାରେ ନିଜର ଭୁଲ ସ୍ବୀକାର କଲେ କୋହଲି, କହିଲେ-ହଁ, ମୁଁ…

ନୂଆଦିଲ୍ଲୀ,୨୬।୧୨: ବର୍ଡର-ଗାଭାସ୍କର ଟ୍ରଫିରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପର୍ଥ ଟେଷ୍ଟରେ ଶତକ ଲଗାଇଥିଲେ ହେଁ ଆଗାମୀ ୩...

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri