ଇରାନ ଏକୁଟିଆ ୫୦ ଉତ୍ତର କୋରିଆ ସହିତ ସମାନ: ଆମେରିକାକୁ ନେତାନ୍ୟାହୁଙ୍କ ଚେତାବନୀ…

ଜେରୁଜେଲମ,୮।୫ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ସଂସଦୀୟ ପ୍ରତିନିଧୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କେବଳ ଏକୁଟିଆ ଇରାନ ୫୦ ଉତ୍ତର କୋରିଆ ସହିତ ସମାନ।

ଏକ ପ୍ରଶ୍ନର ଉତ୍ତରରେ ନେତାନ୍ୟାହୁ କହିଛନ୍ତି, ଇରାନ କେବଳ ପଡ଼ୋଶୀ ନୁହେଁ ଯିଏ ଆପଣଙ୍କୁ ହଇରାଣ କରୁଛି। ସେ ଇସ୍ରାଏଲକୁ ଛୋଟ ଏବଂ ଆମେରିକା ଏକ ବଡ଼ ଶୟତାନ ବୋଲି ବିବେଚନା କରୁଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ମଧ୍ୟ ଇରାନର ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାର ସମ୍ଭାବନା ଏବଂ ସମ୍ଭାବ୍ୟ ବିପଦ ବିଷୟରେ ଆମେରିକାକୁ ଚେତାବନୀ ଦେଇଛନ୍ତି।

ପରେ ନେତାନ୍ୟାହୁ ଆଇଏସଏ ସ୍ପେଶାଲ ଅପରେଶନ ମୁଖ୍ୟାଳୟ ପରିଦର୍ଶନ ସମୟରେ କହିଥିଲେ, ଆତଙ୍କବାଦୀମାନେ ଯେଉଁଠାରେ ବି ଥାଆନ୍ତୁ ଇସ୍ରାଏଲ ସେମାନଙ୍କୁ ଖୋଜି ବାହାର କରିବ।

Share