ହିଜାବ ବିରୋଧୀ ପ୍ରଦର୍ଶନ: ଯୁବ ସେଲିବ୍ରିଟିଙ୍କୁ ପିଟିପିଟି ମାରିଦେଲା ପୋଲିସ

ତେହେରାନ, ୩୧।୧୦: ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନ ହିଂସାଭିମୁଖୀ ହେବାରେ ଲାଗିଛି। ଏହି ପ୍ରଦର୍ଶନରେ ଯୋଗ ଦେଇଥିବା ଜଣେ ୧୯ ବର୍ଷୀୟ ସେଲିବ୍ରିଟି ରୋଷେୟା ମେହେରଶାଦ ଶାହିଡିଙ୍କୁ ପିଟିପିଟି ମାରିଦେଇଛି ପୋଲିସ। ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ଏହି ନିର୍ଦ୍ଦୟ ହତ୍ୟା ଯୋଗୁ ଇରାନରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅନ୍ତିମ ସଂସ୍କାର ସମୟରେ ହଜାର ହଜାର ଲୋକ ରାସ୍ତାରେ ଏକତ୍ର ହୋଇଥିଲେ।
ସୂଚନାଯୋଗ୍ୟ, ମେହେରଶାଦଙ୍କୁ ହିଜାବ ବିରୋଧୀ ପ୍ରଦର୍ଶନ ସମୟରେ ଗିରଫ କରାଯାଇଥିଲା। ଆରାକ ସହରରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡଙ୍କ ହେପାଜତରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। କିନ୍ତୁ ସେ ହୃଦଘାତରେ ମୃତ୍ୟୁବରଣ କରିଥିବା କୁହାଯାଇଥିଲା ଏବଂ ପରିବାର ଲୋକଙ୍କ ଏହା କହିବାକୁ ଚାପ ଦିଆଯାଇଥିଲା।
୨୨ ବର୍ଷୀୟା ସେଲିବ୍ରିଟି ମହସା ଆମିନୀଙ୍କ ମୃତ୍ୟୁ ପରେ ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନ ତୀବ୍ର ହେବାରେ ଲାଗିଛି। କେବଳ ଇରାନରେ ନୁହେଁ, ବିବର ଅନେକ ଦେଶ ଏହି ପ୍ରଦର୍ଶନ ସପକ୍ଷରେ ଯୁକ୍ତି ବାଢିଛନ୍ତି।

Share