ବ୍ରିକ୍ସରେ ସାମିଲ ପାଇଁ ଇରାନ, ଆର୍ଜେଣ୍ଟିନାର ଆବେଦନ

ତେହରାନ, ୨୯ା୬: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସରେ ସାମିଲ ହେବା ପାଇଁ ଇରାନ୍‌ ଏବଂ ଆର୍ଜେଣ୍ଟିନା ଆବେଦନ କରିଛନ୍ତି। ଏହି ଦୁଇ ଦେଶ ବ୍ରିକ୍ସରେ ମିଶିବା ପରେ ଉଭୟ ପକ୍ଷର ଗୁରୁତ୍ୱ ବଢ଼ିବ ବୋଲି ଇରାନ ଓ ଆର୍ଜେଣ୍ଟିନା ପକ୍ଷରୁ କୁହାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଆବେଦନ ସମ୍ପର୍କରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ସପ୍ତାହରେ ଭିଡିଓ କନଫରେନ୍ସ ଜରିଆରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଚାଇନା ଏହାକୁ ଆୟୋଜନ କରିଥିଲା। ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେବ।

Share