ଗାଜାରେ ଇସ୍ରାଏଲର ଆକ୍ରମଣ ଅଟକାଇବା ପାଇଁ ଭାରତ ଏହାର ସମ୍ପୂର୍ଣ୍ଣ କ୍ଷମତାର ପ୍ରୟୋଗ କରୁ: ଇରାନ

ନୂଆଦିଲ୍ଲୀ,୭ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତି ସୟଦ ଇବ୍ରାହିମ ରଇସିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଜାରି ହୋଇଥିବା ବୟାନ ଅନୁଯାୟୀ ଗାଜାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ଭାରତ ଏହାର ସମସ୍ତ କ୍ଷମତା ବ୍ୟବହାର କରୁ ବୋଲି ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ। ଏହା ସହିତ ତତ୍କାଳ ଯୁଦ୍ଧ ବିରାମ ପାଇଁ ସମସ୍ତ ମିଳିତ ପ୍ରୟାସକୁ ସମର୍ଥନ ଜଣାଇବାକୁ ପ୍ରସ୍ତୁତ ବୋଲି ଇରାନ ରାଷ୍ଟ୍ରପତି କହିଥିଲେ।

ଏହାକୁ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଇରାନ ରାଷ୍ଟ୍ରପତିଙ୍କୁ ପଶ୍ଚିମ ଏସିଆ କ୍ଷେତ୍ରରେ ବଢୁଥିବା ସମସ୍ୟା ଏବଂ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ଆତଙ୍କବାଦ କାର୍ଯ୍ୟକଳାପ, ହିଂସା ଏବଂ ସାଧାରଣ ନାଗରିକଙ୍କର ମୃତ୍ୟୁ ଉପରେ ଗମ୍ଭୀର ଚିନ୍ତରା ପ୍ରକଟ କରିଥିଲେ।

ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ୍-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ପୁରୁଣା ତଥା ସ୍ଥିର ଆଭିମୁଖ୍ୟକୁ ଦୋହରାଇଛନ୍ତି। ସେ କହିଛନ୍ତି, “ବିବାଦ ବଢ଼ାଇବା କିମ୍ବା ହ୍ରାସ ପାଇବା, ମାନବିକ ସହାୟତା ଜାରି ରଖିବା ଏବଂ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ନିଶ୍ଚିତ କରିବା ଜରୁରୀ ଅଟେ। ତେବେ ଚାବାହାର ବନ୍ଦର ସମେତ ଆମର ଦ୍ୱିପାକ୍ଷିକ ସହଯୋଗରେ ଅଗ୍ରଗତିକୁ ସ୍ୱାଗତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

 

Share