ଦୁଜାପ,୯ ।୬: ଇରାନର ଅଧିକାରୀମାନେ ସୋମବାର ଅର୍ଥାତ୍ ଜୁନ ୬ ସକାଳେ ଜାହେଦାନ ସ୍ଥିତ ଦୁଜାପ କେନ୍ଦ୍ରୀୟ ଜେଲରେ ଜଣେ ମହିଳା ସମେତ ୧୨ ଜଣ ବଲୋଚ କଏଦୀଙ୍କୁ ସାମୁହିକ ଭାବେ ଫାଶୀ ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ନରୱେ ସ୍ଥିତ ଇରାନ ମାବାଧିକାର ସମୁହ ସୂଚନା ଦେଇଛି । ଏମାନଙ୍କ ଉପରେ ହତ୍ୟା ଓ ନିଶା ଔଷଧ ସମ୍ବନ୍ଧିତ ଅଭିଯୋଗ ଥିବା ଜଣାପଡିଛି ।
ଇରାନି ନ୍ୟାୟପାଳିକା ଦ୍ୱାରା ମୃତ୍ୟୁଦଣ୍ଡ ଆଦେଶ ଜାରି ହେବାପରେ ସମସ୍ତ କଏଦୀଙ୍କୁ ଶନିବାର ଅର୍ଥାତ୍ ଜୁନ ୪ରେ ଏକାଥରେ ଜେଲ ପଠାଇ ଦିଆଯାଇଥିଲା । ଏମାନଙ୍କୁ ପାକିସ୍ତାନ-ଆଫଗାନିସ୍ତାନ ସୀମାକୁ ଲାଗି ରହିଥିବା ସିସ୍ତାନ-ବଲୋଚିସ୍ତାନ ନିକଟରେ ଫାଶୀ ଦିଆଯାଇଛି । ଏ ସମ୍ପର୍କରେ ସ୍ଥାନୀୟ ମିଡିଆ ଅଥବା ଇରାନୀ ଅଧିକାରୀମାନେ କୌଣସି ସୂଚନା ଦେଇ ନାହାନ୍ତି । ଏହି ୧୨ କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ନିଶା ଚୋରା କାରବାର ଅଭିଯୋଗରେ ଫାଶୀ ଦିଆଯାଇଛି । ଅନ୍ୟ ୬ ଜଣଙ୍କୁ ହତ୍ୟା ଅଭିଯୋଗରେ ଫାଶୀ ଦିଆଯାଇଛି । ତେବେ ମହିଳା କଏଦୀ ଜଣଙ୍କ ୨୦୧୯ରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିିବା ଅଭିଯୋଗରେ ଗିରଫ ହୋଇଥିଲେ ।