ପରମାଣୁ ବୋମା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଇରାନ, ଲୁଚାଇ ରଖୁଛି ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା

ତେହେରାନ,୫।୯: ପରମାଣୁ ବୋମା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଇରାନ। ଇରାନ ବର୍ତ୍ତମାନ ୬୦ ପ୍ରତିଶତ ଶୁଦ୍ଧ ୟୁରାନିୟମ ଉତ୍ପାଦନ କରି ସାରିଛି। ମିଳିତ ଜାତିସଂଘର ସଂସ୍ଥା ଅନ୍ତର୍ଜାତୀୟ ପରମାଣୁ ଉର୍ଜା ସଂଘ (ଆଇଏଇଏ) ଏନେଇ ଦୁଇଟି ରିପୋର୍ଟ ପ୍ରକାଶ କରିଛି।

ରିପୋର୍ଟରେ କୁହାଯାଇଛି ଯେ, ଇରାନ ଏହାର ପରମାଣୁ ଅସ୍ତ୍ରଶସ୍ତ୍ର ସହ ଜଡିତ ସୂଚନା ବିଶ୍ୱକୁ ପ୍ରକାଶ କରୁନାହିଁ। ଦେଶରେ ପରମାଣୁ କାରଖାନାର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କ୍ୟାମେରା ଲଗାଇବାକୁ ମଧ୍ୟ ଅନୁମତି ଦେଉନାହିଁ । ତେଣୁ, ସେ ଉତ୍ପାଦନ କରୁଥିବା ୟୁରାନିୟମର ଶୁଦ୍ଧତାର ସ୍ତର ବିଷୟରେ ସଠିକ ସୂଚନା ମିଳିପାରୁ ନାହିଁ।

ଆଇଏଇଏ ଆକଳନ ଅନୁଯାୟୀ, ଇରାନ ବର୍ତ୍ତମାନ ୬୦ପ୍ରତିଶତ ୟୁରାନିୟମର ଉତ୍ପାଦନ କରିସାରିଛି। ନିକଟ ଅତୀତରେ ୟୁରାନିୟମ ପ୍ରସ୍ତୁତିରେ ଏହା ନିଜର କ୍ଷମତା ବୃଦ୍ଧି କରିଛି। ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ପ୍ରାୟ ୯୦ ପ୍ରତିଶତ ଶୁଦ୍ଧ ୟୁରାନିୟମ ଆବଶ୍ୟକ।

Share