୫୬୦୦ ଆଫଗାନିସ୍ତାନ ନାଗରିକଙ୍କୁ ନିଜ ଦେଶରୁ ବିଦାକଲା ଇରାନ

ତେହେରାନ,୨୯ା୭: ନିଜ ଦେଶରେ ଆଫଗାନିସ୍ତାନ ନାଗରିକଙ୍କ ସଂଖ୍ୟାକୁ ନେଇ ଇରାନ ଆଫଗାନିସ୍ତାନ ନାଗରିକମାନଙ୍କୁ ବିଦାକରିଛି। କାବୁଲରେ ତାଲିବାନ ନେତୃତ୍ୱାଧୀନ ସରକାର କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ଇରାନ ନିଜ ଦେଶରୁ ୫,୬୦୦ ସାଧାରଣ ନାଗରିକଙ୍କୁ ବାହାର କରିଛି। ଶରଣାର୍ଥୀ ତଥା ପ୍ରତ୍ୟାବର୍ତ୍ତନ ମନ୍ତ୍ରଣାଳୟର ଡେପୁଟି ମନ୍ତ୍ରୀ ମହମ୍ମଦ ଅରସଲାହ ଖାରୋଟି କହିଛନ୍ତି, ଇସ୍‌ଲାମ ତଥା ଅନ୍ତର୍ଜାତୀୟ ଆଇନ ଆଧାରରେ ଆମେ ଇରାନ ଏବଂ ଆଫଗାନିସ୍ତାନ ନାଗରିକମାନେ ପ୍ରବାସୀ ଭାବରେ ରହୁଥିବା ଦେଶମାନଙ୍କୁ ପଚାରିଛୁ। କିନ୍ତୁ ଏହାର ଅଧିକାରକୁ ସମ୍ମାନ ଦେବାକୁ କହିଛନ୍ତି।

ଇରାନରୁ ଆଫଗାନିସ୍ତାନ ମନ୍ତ୍ରଣାଳୟ ଏବଂ ଅନ୍ୟ ସମସ୍ତ ଦେଶ ଯେଉଁଠାରେ ଆଫଗାନିସ୍ତାନ ନାଗରିକମାନେ ବିଦେଶୀ ଭାବରେ ଜୀବନ ବିତାଉଛନ୍ତି। ସେହି ସମସ୍ତ ଦେଶକୁ ଆଫଗାନିସ୍ତାନର ନାଗରିକଙ୍କ ଅଧିକାରକୁ ସମ୍ମାନ ଦେବା ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ କୁହାଯାଇଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୬୬ ଆଫଗାନିସ୍ତାନ ପରିବାର ଇରାନ ସମେତ ପାକିସ୍ତାନରୁ ନିଜ ଦେଶକୁ ଫେରିଛନ୍ତି।

ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ଦେଶର ନାଗରିକମାନେ ପଡ଼ୋଶୀ ଦେଶରେ ଶରଣାର୍ଥୀ ଭାବରେ ଜୀବନଯାପନ କରୁଛନ୍ତି। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁଯାୟୀ, ଇରାନ, ପାକିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନରେ ୨୦,୬୯,୭୦୩ ପଞ୍ଜୀକୃତ ଶରଣାର୍ଥୀ ବାସ କରୁଛନ୍ତି। ଏହି ଦେଶମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ଶରଣାର୍ଥୀ ପାକିସ୍ତାନ ଏବଂ ଇରାନରେ ବାସ କରୁଛନ୍ତି, ଯାହାର ମୋଟ୍‌ ସଂଖ୍ୟା ଯଥାକ୍ରମେ ୧୨,୮୨,୯୦୧ ଏବଂ ୭,୮୦,୦୦।

ତାଲିବାନ ସରକାର ପଡ଼ୋଶୀ ଦେଶରେ ରହୁଥିବା ନାଗରିକମାନଙ୍କୁ ନିଜ ଦେଶକୁ ଫେରିବା ପାଇଁ ନିବେଦନ କରିଥିଲେ। ତାଲିବାନ ମଧ୍ୟ ଆଫଗାନିସ୍ତାନରୁ ଅନ୍ୟ ଦେଶକୁ ଯାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଦେଶକୁ ଫେରିବା ପାଇଁ ଅନୁରୋଧ କରିଥିଲା ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। ତାଲିବାନ ଅନ୍ୟ ଦେଶରେ ରହୁଥିବା ଶରଣାର୍ଥୀଙ୍କୁ ଘରକୁ ଫେରିବା ପାଇଁ ନିବେଦନ କରିବା ପରେ ଚଳିତ ବର୍ଷ ଏପର୍ଯ୍ୟନ୍ତ କେବଳ୧,୩୩୪ ଆଫଗାନିସ୍ତାନ ନାଗରିକ ଘରକୁ ଫେରିଛନ୍ତି।

Share