ଇରାନରେ ପ୍ରଥମ କ୍ରାନ୍ତିକାରୀଙ୍କୁ ଫାଶୀଦଣ୍ଡ

ତେହେରାନ୍‌,୮।୧୨: ସରକାର ବିରୋଧୀ ଅସ୍ଥିରତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା କ୍ରାନ୍ତିକାରୀ ମୋହସେନ ଶେଖରୀଙ୍କ ଉପରେ ଇରାନ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଈଶ୍ବରଙ୍କ ବିରୋଧରେ ଶତ୍ରୁତାକରି ଦୋଷୀ ସାବ୍ୟସ୍ତ ହେବା ପରେ ଗୁରୁବାର ସକାଳେ ଏକ ବିପ୍ଳବୀ କୋର୍ଟ ଦ୍ୱାରା ଶେଖରୀଙ୍କୁ ଫାଶୀଦଣ୍ଡ ଦିଆଯାଇଛି। ସୂଚନାଯୋଗ୍ୟ, ସେଠାରେ ହିଜାବକୁ ନେଇ ୨ମାସ ହେଲା ଆନ୍ଦୋଳନ ଜାରି ରହିଛି। ସେପ୍ଟେମ୍ବର ୨୫ରେ ତେହେରାନରେ ଏକ ମୁଖ୍ୟ ରାସ୍ତା ଅବରୋଧ କରି ପାରାମିଲିଟାରୀ ଫୋର୍ସର ଜଣେ ସଦସ୍ୟଙ୍କୁ ଛୁରିରେ ଆହତ କରାଯାଇଥିଲା। ଏହି ସମୟରେ ମୋହସେନ ଶେଖରୀଙ୍କୁ ସନ୍ଦେହ କରାଯାଇଥିଲା।

 

Share