ଇରାକ ସୀମା ଅତିକ୍ରମ କରି ମିଶାଇଲ୍‌ ମାଡ଼ କଲା ଇରାନ

ତେହେରାନ୍‌,୧୬।୧: ଇରାନ ଇରାକ ସୀମା ଅତିକ୍ରମ କରି ଇସ୍ରାଏଲର ମୋସାଦ୍‌ ମୁଖ୍ୟାଳୟରେ ଏକ ବାଲାଷ୍ଟିକ୍‌ ମିଶାଇଲ୍‌ ନିକ୍ଷେପ କରିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଇରାନର ରିଭୋଲ୍ୟୁସାରୀ ଗାର୍ଡମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ସିରିଆରେ ଇସଲାମିକ ଷ୍ଟେଟ ବିରୋଧରେ ମଧ୍ୟ ଆକ୍ରମଣ କରାଯାଇଛି। ନିକଟରେ ଇରାନରେ ଏକ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ। ଇରାନ ଇସ୍ରାଏଲକୁ ଏହି ଆକ୍ରମଣରେ ଦାୟୀ କରିଛି, ଏହାର ଜବାବରେ ଇରାନ ମୋସାଦ ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି।
ଇରାନର ଗାର୍ଡମାନେ କହିଛନ୍ତି ଯେ, ସେମାନେ ବାଲାଷ୍ଟିକ ମିଶାଇଲ୍‌ ସହିତ ଉତ୍ତର ଇରାକର ସହର ଏରବିଲ ନିକଟରେ ଇସ୍ରାଏଲର ମୋସାଦ ଏଜେନ୍ସି ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ଗୋଷ୍ଠୀ ଆଇଏସର ସଭାଗୁଡ଼ିକୁ ଧ୍ୱଂସ କରିବା ପାଇଁ ବାଲିଷ୍ଟିକ ମିଶାଇଲ୍‌ ମଧ୍ୟ ବ୍ୟବହୃତ ହୋଇଥିଲା। ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ, ବିସ୍ଫୋରଣର ଶବ୍ଦ ଆମେରିକାର ଦୂତାବାସ ଏବଂ ଏରବିଲଠାରୁ ପ୍ରାୟ ୪୦ କିଲୋମିଟର ଉତ୍ତର-ପୂର୍ବରେ ସାଧାରଣ ନାଗରିକ ବସ୍ତି ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା।

Share