ତେହେରାନ,୧୮ ।୧୨: ଇରାନର ଅଧିକାରୀମାନେ ଦେଶର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ରାଷ୍ଟ୍ରବ୍ୟାପି ବିରୋଧ ପ୍ରଦର୍ଶନକୁ ନେଇ ଭୁଲ ଖବର ଦେଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ସରକାରୀ ମିଡିଆ ରିପୋର୍ଟରେ କୁହାଯାଇଛି କି ଓସ୍କାର ବିଜେତା ଫିଲ୍ମ ‘ଦ ସେଲସମ୍ୟାନ’ ର ଷ୍ଟାର ତାରାନେହ ଅଲିଦୁସ୍ତି ଏମିତି ଜଣେ ବ୍ୟକ୍ତିଙ୍କ ସପକ୍ଷରେ ବାହାରିଛନ୍ତି ଯାହାଙ୍କୁ ନିକଟରେ ନିଜ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
ସରକାରୀ ମିଡିଆର ଅଧିକାରୀ ଟେଲିଗ୍ରାମ ଚ୍ୟାନେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଲିଦୁସ୍ତିଙ୍କୁ ଏଥିପାଇଁ ଗିରଫ କରାଯାଇଛି କାରଣ ସେ, ତାଙ୍କ ଦାବି ଅନୁଯାୟୀ କୌଣସି ତଥ୍ୟ ଦର୍ଶାଇ ପାରି ନ ଥିଲେ । ମିଡିଆ ରିପୋର୍ଟରେ କୁହାଯାଇଛି ଅନ୍ୟ କେତେଜଣ ଇରାନି ସେଲିବ୍ରିଟିଙ୍କୁ ବି ଭୁଲ ଖବର ପ୍ରଚାର ପ୍ରସାର ଅଭିଯୋଗରେ ଚେତାବନୀ ଦିଆଯାଇଛି ।