Posted inଜାତୀୟ

ପାକିସ୍ତାନରେ ଅନୁପ୍ରବେଶ କରି ଇରାନ କଲା ସର୍ଜିକାଲ ଷ୍ଟ୍ରାଇକ

ତେହରାନ,୨୪।୨: ଇରାନର ସରକାରୀ ଗଣମାଧ୍ୟମ ଇରାନ ଇଣ୍ଟରନ୍ୟାାନାଲ ଇଂଲିଶର ସୂଚନା ଅନୁଯାୟୀ ଇରାନର ସାମରିକ ବାହିନୀ ବରିଷ୍ଠ ଜୈଶ ଅଲ-ଅଦଲ (ଆର୍ମି ଅଫ ଜଷ୍ଟିସ) ଆତଙ୍କବାଦୀ ଗୋଷ୍ଠୀ କମାଣ୍ଡର ଇସମାଇଲ ଶାହବାଖ ଏବଂ ପାକିସ୍ତାନୀ ଅଞ୍ଚଳରେ ଥିବା ତାଙ୍କର କିଛି ସହଯୋଗୀଙ୍କୁ ହତ୍ୟା କରିଛି।
ଦୁଇ ଦେଶ ପରସ୍ପର ଉପରେ ଏୟାର ଷ୍ଟ୍ରାଇକ କରିବାର ଏକ ମାସ ପରେ ଇରାନର ସୈନ୍ୟ ଏକ ସଶସ୍ତ୍ର ସଂଘର୍ଷରେ ଆତଙ୍କବାଦୀ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ।
୨୦୧୨ରେ ଗଠିତ ହୋଇଥିବା ଜୈଶ ଅଲ-ଅଦଲ, ଇରାନ ଦ୍ୱାରା ‘ଆତଙ୍କବାଦୀ’ ସଂଗଠନ ଭାବରେ ମନୋନୀତ ହୋଇଛି, ଏହା ହେଉଛି ଏକ ସୁନ୍ନି ସନ୍ତ୍ରାସବାଦୀ ଗୋଷ୍ଠୀ ଯାହା ଇରାନର ଦକ୍ଷିଣ-ପୂର୍ବ ପ୍ରଦେଶର ସିଷ୍ଟାନ-ବାଲୁଚିସ୍ତାନରେ କାର୍ଯ୍ୟ କରୁଛି ବୋଲି ଅଲ ଆରବିୟା ନ୍ୟୁଜ ରିପୋର୍ଟ କରିଛି।
ଜୈଶ ଅଲ-ଅଦଲ ଗତ କିଛି ବର୍ଷ ମଧ୍ୟରେ ଇରାନର ସୁରକ୍ଷା ବାହିନୀ ଉପରେ ଅନେକ ଆକ୍ରମଣ କରିଛନ୍ତି। ଡିସେମ୍ବରରେ ଅଲ ଆରବିୟା ନ୍ୟୁଜ ଅନୁଯାୟୀ ସିଷ୍ଟାନ-ବାଲୁଚିସ୍ତାନର ଏକ ପୋଲିସ ଷ୍ଟେଶନ ଉପରେ ହୋଇଥିବା ଆକ୍ରମଣରେ ଜୈଶ ଅଲ-ଅଦଲ ଦାୟୀ ବୋଲି କହିଥିଲେ।
ପ୍ରକାଶ ଥାଉକି, ଗତ ମାସରେ, ପରସ୍ପରର ଅଞ୍ଚଳରେ ଆତଙ୍କବାଦୀ ୟୁନିଟ ବିରୋଧରେ ଏୟାର ଷ୍ଟ୍ରାଇକ କରିବାର ସପ୍ତାହକ ପରେ ପାକିସ୍ତାନ ଏବଂ ଇରାନ ପରସ୍ପର ମଧ୍ୟରେ ସୁରକ୍ଷା ସହଯୋଗକୁ ବଢାଇବାକୁ ରାଜି ହୋଇଥିଲେ।
ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଜଲିଲ ଅବ୍ବାସ ଜିଲାନି ଏବଂ ତାଙ୍କର ଇରାନ ପ୍ରତିପକ୍ଷ ହୋସେନ ଆମୀର-ଅବଦୁଲ୍ଲାହାନ ଏହି ଚୁକ୍ତିନାମା ଘୋଷଣା କରିଛନ୍ତି।
ଜିଲାନି କହିଛନ୍ତି ଯେ ଉଭୟ ଇରାନ ଏବଂ ପାକିସ୍ତାନ ଏହି ଭୁଲ ବୁଝାମଣାକୁ ଶୀଘ୍ର ସମାଧାନ କରିପାରିବେ। ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟ ନିଜ ନିଜ ଅଞ୍ଚଳରେ ଆତଙ୍କବାଦ ମୁକାବିଲା କରିବାକୁ ଏବଂ ପରସ୍ପରର ସମସ୍ୟାର ସମାଧାନ କରିବାକୁ ସହମତ ହୋଇଛନ୍ତି।
ତେବେ ନିକଟରେ ହୋଇଥିବା ଆକ୍ରମଣ ଏହାର ବିପରୀତ ପ୍ରଦର୍ଶନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେବେ ଛଗନ ଭୁଜବଳ? ଫଡନାଭିସଙ୍କୁ ଭେଟିବା ପଛରେ କ’ଣ ରହିଛି ରହସ୍ୟ ଜାଣନ୍ତୁ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ...

ସଂସଦରେ ଠେଲାପେଲା ଘଟଣା: ଭାଜପାର ଦୁଇ ଏମ୍‌ପିଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୩।୧୨: ସଂସଦ କମ୍ପ୍ଲେକ୍ସରେ ବିରୋଧୀ ଓ ଏନଡିଏ ସଦସ୍ୟଙ୍କ ମଧ୍ୟରେ ନିକଟରେ ଝଗଡା ହୋଇଥିଲା। ଏହି ସମୟରେ ଦୁଇ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ...

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୧୨: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର...

୭୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୨୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।...

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri