ଜଳୁଛି ଇରାନ! ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନ ହେବାକୁ ଯାଉଛି ଏଠାକାର ଗାଁ

ତେହେରାନ,୧।୯: ଇରାନର ଏକ ଗାଁ ଜଳୁଛି! ଏଠାରେ ଥିବା ପାଣିପାଗ କେନ୍ଦ୍ର ଅଗଷ୍ଟ ୨୮ରେ ଏଠାକାର ତାପମାତ୍ରା ୮୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଯଦି ଏହା ସତ ତେବେ ଏହା ପୃଥିବୀର ସର୍ବାଧିକ ରେକର୍ଡ ହୋଇଥିବା ଉତ୍ତାପ ସୂଚକାଙ୍କରେ ପରିଣତ ହେବ। ଆମେରିକୀୟ ପାଣିପାଗ ବିଜ୍ଞାନୀ କଲିନ ମ୍ୟାକକାରି ଏହି ସୂଚନାକୁ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଶେୟାର କରିଛନ୍ତି। ତେବେ ସେ ଏହା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଏହାକୁ ନେଇ ସରକାରୀ ତଦନ୍ତର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଇରାନର ଦକ୍ଷିଣ ଉପକୂଳରେ ଥିବା ଡେରେଷ୍ଟାନ ବିମାନବନ୍ଦର ନିକଟରେ ଅବସ୍ଥିତ ଏହି ପାଣିପାଗ କେନ୍ଦ୍ର, ଅଗଷ୍ଟ ୨୮ରେ ୧୮୦ଫାରେନହାଇଟ ଡିଗ୍ରୀ (୮୨.୨ଂ ସେଲସିୟସ) ଏବଂ ୯୭ଫାରେନହାଇଟ ଡିଗ୍ରୀ (୩୬.୧ଂ ସେଲସିୟସ) ର ଉତ୍ତାପ ସୂଚକାଙ୍କ ରେକର୍ଡ କରିଛି। ଏହି ଖବର ସମଗ୍ର ବିଶ୍ୱରେ ପାଣିପାଗ ବିଜ୍ଞାନୀଙ୍କ ଚିନ୍ତା ବଢାଇ ଦେଇଛି।
କାକର ବିନ୍ଦୁ ହେଉଛି ତାପମାତ୍ରା ଯେଉଁଠାରେ ବାୟୁ ଆଉ ଆର୍ଦ୍ରତା ଧାରଣ କରିପାରିବ ନାହିଁ । ସୂଚନାନୁସାରେ, ତାପମାତ୍ରାରେ ୪୦ ରୁ ୫୪ଡିଗ୍ରୀ ସେଲସିୟସ ସହିତ ଅଧିକ ସମୟ ରହିଲେ ହିଟଷ୍ଟ୍ରୋକ୍‌ ହେବାର ଆଶଙ୍କା ବଢିଯାଏ।
ଆମେରିକୀୟ ପାଣିପାଗ ବିଜ୍ଞାନୀ ମ୍ୟାକକାରିଙ୍କ ଅନୁଯାୟୀ ପଶ୍ଚିମ ଏସିଆରେ ଏକ ଚିନ୍ତାଜନକ ଉତ୍ତାପ ତରଙ୍ଗ ଜାରି ରହିଛି। ସୌଦି ଆରବର ଧହରାନର ଏକ ପାଣିପାଗ କେନ୍ଦ୍ର ୯୩ଂ ଫାରେନହାଇଟ (୩୩.୯ଂ ସେଲସିୟସ) ପର୍ଯ୍ୟନ୍ତ କାକର ବିନ୍ଦୁ ରେକର୍ଡ କରିଛି। ପଶ୍ଚିମ ଏସିଆର ଅନେକ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି।

Share