Categories: ଜାତୀୟ

ଭାରତ ଗସ୍ତ ବାତିଲ କଲେ ଇରାନ ମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୨: ଇରାନର ବହିର୍ବ୍ୟାପାର ମନ୍ତ୍ରୀ ହୋସେନ ଅମିର ଅବ୍‌ଦୋଲ୍ଲାହିଆନ୍‌ ରାଇସିନା ଡାଇଲଗ୍‌ରେ ଯୋଗଦେବା ପାଇଁ ଭାରତ ଆସିବାର ଥିଲା। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଓ ଅବ୍‌ଜର୍ଭର ରିସର୍ଚ୍ଚ ଫାଉଣ୍ଡେଶନ୍‌ର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ଶୁକ୍ରବାର ସେ ସ୍ପଷ୍ଟ କରିଛନ୍ତି। କାରଣ ଉକ୍ତ କାର୍ଯ୍ୟକ୍ରମରେ ଏକ ଶଟ୍‌ ରହିଛି, ଯହିଁରେ ଇରାନୀୟ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସିଙ୍କ ଆଗରେ ମହିଳାମାନେ ନିଜ ଚୁଟି କାଟି ଦେଖାଉଛନ୍ତି। ରାଇସିନା ଡାଇଲଗ୍‌ ୨୦୨୩ ସଂସ୍କରଣ ଘୋଷଣା ହେବାର ମାସକ ପୂର୍ବରୁ ଏହି ଭିଡିଓକୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ପ୍ରକାଶ ଯେ, ଗତ ସେପ୍ଟେମ୍ବରରେ ମହସା ଅମିନି ଉଚିତ ଢଙ୍ଗରେ ବୁର୍ଖା ପିନ୍ଧି ନ ଥିବା ଦର୍ଶାଇ ଇରାନର ମୋରାଲିଟି ପୋଲିସ ତାଙ୍କୁ ଗିରଫ କରିଥିଲା। ପୋଲିସ ବର୍ବରତାରେ ତାଙ୍କର ମୃତ୍ୟୁ ଘଟିବା ପରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏହାର ପ୍ରତିବାଦରେ ଇରାନୀୟ ମହିଳାମାନେ ନିଜ ଚୁଟି କାଟି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Share