ଇରାନରେ ହିଂସକ ହେଲା ହିଜାବ ବିରୋଧୀ ପ୍ରଦର୍ଶନ, କିଛି ସ୍ଥାନରେ ପୋଡାଜଳା, କିଛି ସହରରେ ଇଣ୍ଟରନେଟ ସେବା ବନ୍ଦ

ତେହେରାନ,୨୨ ।୯: ମହସା ଅମିନିଙ୍କ ମୃତ୍ୟୁ ପରେ ଇରାନରେ ଏବେ ବିରୋଧର ନିଆଁ ଜଳୁଛି । ହିଜାବ ବିରୋଧରେ ଏବେ ଇରାନରେ ଉଗ୍ର ପ୍ରଦର୍ଶନ ହିଂସାର ରୂପ ନେଲାଣି । ହିଜାବକୁ ଜଳାଇଥିବା ନିଆଁ ଏବେ କିଛି ସହରକୁ ବି ଜଳାଇ ପାରେ ବୋଲି ଅନୁମାନ କରାଯାଉଛି । ହିଜାବ ବିରୋଧରେ ଆକ୍ରମକ ବିରୋଧ ପ୍ରଦର୍ଶନ କରାଯାଉଛି । ପ୍ରଥମେ ମହିଳା ହିଜାବ ଜଳାଉଥିବା ଦେଖାଯାଇଥିବା ବେଳେ ଏବେ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇ ଆସି ବିରୋଧ ପ୍ରଦର୍ଶନ କରିବା ସହ ଗାଡି ମଟର ଜାଳି ଦେଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଇରାନର ଅଧିକାଂଶ ସହରରେ ବଢୁଥିବା ହିଂସାକୁ ଦେଖି ଇଣ୍ଟରନେଟ ସେବା ବନ୍ଦ କରିବାକୁ ପଡିଛି, ଯାହା ଫଳରେ ଲୋକେ ଭ୍ରମ ପ୍ରଚାରଠାରୁ ଦୂରେଇ ରହି ହିଂସକ ନ ହୁଅନ୍ତୁ ।
ଏହି ବିରୋଧ ପ୍ରଦର୍ଶନ ସମୟରେ ଦିୱାନଦାରେହ ସହରରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ଇରାନର ସେହି ଅଞ୍ଚଳ ଯେଉଁଠାରେ ହିଜାବ ବିରୋଧରେ ଅଧିକ ପ୍ରଦର୍ଶନ କରାଯାଉଛି । ଯଦି ଏହି ପ୍ରଦର୍ଶନ ଏମିତି ବଢି ଚାଲିବ ତେବେ ଏହାର ପରିଣାମ କିଛି ଦଶକ ପର୍ଯ୍ୟନ୍ତ ଭୋଗିବାକୁ ପଡିବ ବୋଲି କୁହାଯାଉଛି ।

Share