ଇରାନ-ସାଉଦି ଆରବ ସମ୍ପର୍କ ସୁଧୁରୁଛି

ତେହରାନ,୧୭ା୬: ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ ଶନିବାର ତେହେରାନରେ ପହଞ୍ଚିଛନ୍ତି। ଇରାନ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ଯେ, ସାଉଦି ଆରବର ବୈଦେଶିକ ମନ୍ତ୍ରୀ ୭ ବର୍ଷ ପରେ ପ୍ରଥମଥର ପାଇଁ ଇରାନ ଗସ୍ତ କରିଛନ୍ତି।

ଫୈସଲ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ମଧ୍ୟ ଭେଟି ପାରନ୍ତି। ତାଙ୍କ ଗସ୍ତ ସମୟରେ ସାଉଦିର ବରିଷ୍ଠ କୂଟନୀତିଜ୍ଞ ତେହେରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମୀର-ଅବଦୁଲ୍ଲାଙ୍କ ସମେତ ଇରାନର ଅଧିକାରୀମାନଙ୍କୁ ଭେଟିବେ।

ସୂଚନାଯୋଗ୍ୟ, ୨୦୧୬ରେ ଶିଆ ନେତୃତ୍ୱାଧୀନ ଇରାନ ସହିତ ସାଉଦି ଆରବ ସମ୍ପର୍କ ବିଚ୍ଛିନ୍ନ କରିଥିଲା। ଯେତେବେଳେ ସାଉଦି ଆରବରେ ଜଣେ ପ୍ରମୁଖ ଶିଆ ମୁସଲମାନ ଧର୍ମଗୁରୁ ଶେଖ ନିମ୍ର ଅଲ୍‌-ନିମ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଇରାନର ଲୋକମାନେ କ୍ରୋଧିତ ହୋଇଥିଲେ ଏବଂ ସେମାନେ ଶିଆ ମୁସ୍‌ଲିମ ଧର୍ମଗୁରୁଙ୍କ ହତ୍ୟାକୁ ନେଇ କ୍ରୋଧରେ ସାଉଦି ଦୂତାବାସ ଉପରେ ଆକ୍ରମଣ କରିଥିଲେ। ସେବେଠାରୁ ଉଭୟ ଦେଶ ପରସ୍ପର ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ।

Share