ତେହେରାନ,୨୪।୯: ଇରାନ ପୋଲିସ ତେହେରାନରେ ଏକ ବଡ ଷଡଯନ୍ତ୍ରର ଖୁଲାସା କରିଛି। ତେହେରାନରେ ୩୦ଟି ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରୟକାରୀ ଦଳ। ଏହି ମାମଲାରେ ପୋଲିସ ୨୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହି ଷଡଯନ୍ତ୍ର ପଛରେ ଇସଲାମିକ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ହାତ ଥିବା କୁହାଯାଉଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକଙ୍କର ଇସଲାମିକ ଷ୍ଟେଟ (ଆଇଏସ) ସହିତ ଲିଙ୍କ ଅଛି ଏବଂ କେତେକଙ୍କର ସିରିଆ, ଆଫଗାନିସ୍ତାନ, ପାକିସ୍ତାନ ଓ ଇରାକର କୁର୍ଦ୍ଦିକସ୍ତାନ ସହ ଲିଙ୍କ ଥିବା ଜଣାପଡିଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ କିଛି ପାକିସ୍ତାନୀ ଅଛନ୍ତି ବୋଲି ଇରାନର ଗୁଇନ୍ଦା ସଂସ୍ଥା କହିଛି।